ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପ୍ରଧାନମନ୍ତ୍ରୀ ପଦରୁ ହଟିବେ ଇମ୍ରାନ, ନୱାଜଙ୍କ ଦଳ ଜାରି କଲା ନୂଆ ପ୍ରାର୍ଥୀଙ୍କ ନାଁ

0

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । କୌଣସି ସମୟରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଖସିପାରେ । ଇମ୍ରାନ ଖାନ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ପାକିସ୍ତାନ ସେନା ମଧ୍ୟ ଇସାରା ଦେଇଛି । ଏହାରି ଭିତରେ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ପକ୍ଷରୁ ନୂଆ ପ୍ରଧାନମନ୍ତ୍ରୀ ଆଶାୟୀଙ୍କ ନାମ ଜାରି କରିଛନ୍ତି । ନୱାଜ ସରିଫଙ୍କ ପୁଅ ତଥା ପିଏମଏଲଏନର ଉପାଧ୍ୟକ୍ଷ ମେରିୟନ ନୱାଜ କହିଛନ୍ତି ଯେ, ପାର୍ଟି ତରଫରୁ ସହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ସଫଳ ହେବା ନେଇ ଆଶଙ୍କା କରିଛନ୍ତି ।

ଇସଲାମବାଦ ହାଇକୋର୍ଟ ବାହାରେ ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ମରିୟମ କହିଛନ୍ତି ଯେ, ସବୁ ବିରୋଧୀ ଦଳ ବସିକି ନିଷ୍ପତ୍ତି ନେବେ ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ପ୍ରାର୍ଥୀ କରାଯିବ । କିନ୍ତୁ ଦଳ ପକ୍ଷରୁ ସହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ପିଏମଏଲଏନର ଉପାଧ୍ୟକ୍ଷ ମେରିୟନ ନୱାଜ ଏହା ବି କହିଛନ୍ତି ଯେ, ଇମ୍ରାନ ଖାନ୍ ଏହା ଦେଖାଇବାକୁ ଉଦ୍ୟମ କରୁଛନ୍ତି ଯେ, ଅବିଶ୍ୱାସ ପ୍ରସ୍ତାବ ତାଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର, କିନ୍ତୁ ଏହା ଭୁଲ । ଇମ୍ରାନ ନିଜେ ନିଜ ଷଡଯନ୍ତ୍ରରେ ଫସିଛନ୍ତି । ଯଦି ସେ ନିଜ କର୍ତ୍ତବ୍ୟ ଠିକ ଭାବରେ କରିଥାନ୍ତେ ତା ହେଲେ ୧୦ ଲକ୍ଷ ଲୋକ ତାଙ୍କ ବିରୋଧରେ ଛିଡା ହୋଇନଥାନ୍ତେ ବୋଲି ମରିୟମ କହିଛନ୍ତି ।

ଏହାରି ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି କି ସତରେ କଣ ପାକିସ୍ତାନରେ ଇତିହାସର ପୁନରାବୃତ୍ତି ହେବ କି?ପୁଣି କଣ କୌଣସି ସରକାର କାର୍ଯ୍ୟକାଳ ପୂରା ହେବା ଆଗରୁ ପଦବୀ ହରାଇବେ କି? ସେପଟେ ପ୍ରଧାନମନ୍ତ୍ରୀ ପଦ ହରାଇବା ଆଶଙ୍କା ଭିତରେ ନିଜ ସମର୍ଥକଙ୍କୁ ବାର୍ତ୍ତା ଦେଇଛନ୍ତି ଇମ୍ରାନ । ଇମ୍ରାନ କହିଛନ୍ତି,ଦେଶରେ ବେଇମାନ ଓ ବିଶ୍ୱାସଘାତକ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.