ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପୁଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ

0

କ୍ୟାମେରାମ୍ୟାନ ମାନଓ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇକୁ ଉଠାଇ ଆଣିଲା ପୁଲିସ । ଶର୍ମିଷ୍ଠାଙ୍କ ଭାଇ
ପରମେଶ୍ୱରଙ୍କୁ ଗିରଫ କରିଛି ପୁଲିସ । ଶର୍ମିଷ୍ଠାଙ୍କୁ ଫେରାର କରାଇବା ପଛରେ ତାଙ୍କ ଭାଇର ହାତ ଅଛି । ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାଇ କରାଇ ଦେଇଥିବା ପୁଲିସକୁ ସୁରାଗ ମିଳିଛି ।

ଆନ୍ଧ୍ର ବିଜୟୱାଡାରେ ଥାଇ ଶର୍ମିଷ୍ଠାଙ୍କୁ ଲୁଚିବାରେ ସହଯୋଗ କରିଥିଲେ ତାଙ୍କ ଭାଇ । ଏହା ସହ ତାଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରିଥିବା ନେଇ ମଧ୍ୟ ଓଡିଶା ପୁଲିସ ଜାଣିବାକୁ ପାଇଛି । ବିଜୟୱାଡାରୁ ପରମେଶ୍ୱରଙ୍କୁ ଧରି ଓଡିଶା ପୁଲିସ ଭଦ୍ରକ ଫେରୁଛି । ପରମେଶ୍ୱରଙ୍କୁ ପଚରାଉଚରା ପରେ ଶର୍ମିଷ୍ଠାଙ୍କ ପତ୍ତା ମିଳିପାରେ ବୋଲି ଆଶା କରାଯାଉଛି ।

ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରିବାରେ ପୁଲିସ ଏଯାଏ ବିଫଳ ହୋଇଛି । ହତ୍ୟାକାଣ୍ଡ ପରଠୁ ଶର୍ମିଷ୍ଠା ଫେରାର ଥିବା ବେଳେ ପୁଲିସ ତାଙ୍କ ପତ୍ତା ପାଉନାହିଁ । ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ ହେବା ପରେ ଶର୍ମିଷ୍ଠାଙ୍କ ସହ ଅଡୁଆ ଆହୁରି ବଢିଯାଇଛି । ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ସହଯୋଗୀଙ୍କୁ ଖୋଜୁଛି ପୁଲିସ । ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ମାନସ ଫେବୃଆରୀ ୬ ତାରିଖରେ ଏକ ବାହାଘରରେ ଭିଡିଓ ସୁଟିଂ କରିବାକୁ ଯାଇଥିଲେ । ତା ପରଦିନ ସକାଳେ ଭୂବନେଶ୍ୱର ଫେରୁଥିବା ବେଳେ ଅଧାବାଟରୁ ତାଙ୍କୁ ଅପହରଣ କରି ଦୟାଲ ଆଶ୍ରମ ଆଣିଥିଲେ । ସେଠାରେ ଆଣି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ମାରିବା ପରେ ସେଠାରେ ମାନସଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ମୃତଦେହକୁ ନେଇ ନୟାଗଡ଼ ଦଧିପାଟଣା ପାହାଡ଼ ତଳେ ପୋତିଦେଇଥିଲେ ।

Leave A Reply

Your email address will not be published.