ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ

0

ସ୍ୱାମୀଙ୍କ ଦଶାହରେ ଆଖି ବୁଜିଲେ ସ୍ତ୍ରୀ । ଟାହିଟପରା ଉଜାଡିଦେଲା ସୁଖର ସଂସାର। ଭଦ୍ରକ ବାସୁଦେବପୁରରେ ପରାଜିତ ପ୍ରାର୍ଥୀଙ୍କୁ ଟାହିଟପରା ଘଟଣାରେ ସ୍ୱାମୀଙ୍କ ପରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ତ୍ରୀ ।କଟକରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୁମତିଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । କିଏ ଜାଣିଥିଲା ଟାହିଟପରାରୁ ପଳାଇବ ଦୁଇଟା ଜୀବନ ।

ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ପଦ୍ମପୁର ପଞ୍ଚାୟତ ର ରମାକାନ୍ତ ପରିଡାଙ୍କ ସ୍ତ୍ରୀ ସୁମତି ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ । କିନ୍ତୁ ନିର୍ବାଚନରେ ହାରିଯାଇଥିଲେ । ଏହା ପରେ ବିଜୟଯାତ୍ରା ଶୋଭଯାତ୍ରାରେ ପ୍ରତିଦ୍ୱନ୍ଦୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟପରା କରିଥିଲେ। ଏଥିରେ ରମାକାନ୍ତ ବ୍ୟଥିତ ହୋଇପଡିବା ସହ ପାଟିତୁଣ୍ଡ ମଧ୍ୟ କରିଥିଲେ । ଘରକୁ ଫେରି ରମାକାନ୍ତ ସ୍ତ୍ରୀଙ୍କ ସହ ବି ଝଗଡ଼ା କରିଥିଲେ । ନିର୍ବାଚନ ହାରିଯିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି କହିଥିଲେ।

କିନ୍ତୁ ପରିହାସକୁ ସହ୍ୟ କରିନପାରି ଶେଷରେ ରମାକାନ୍ତ ଯେ ଆତ୍ମହତ୍ୟା କରିବେ ତା କେହି ଚିନ୍ତା କରିନଥିଲେ । ନିଜ ଶୋଇବା ଘର ପଙ୍ଖା ରେ ଦଉଡି ଦେଇ ଝୁଲି ପଡିଥିଲେ । ସ୍ୱାମୀଙ୍କୁ ଏପରି ଦେଖି ସ୍ତ୍ରୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ସୁମତି ଗୁରୁତର ଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.