ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ

0

ସ୍ୱାମୀଙ୍କ ଦଶାହରେ ଆଖି ବୁଜିଲେ ସ୍ତ୍ରୀ । ଟାହିଟପରା ଉଜାଡିଦେଲା ସୁଖର ସଂସାର। ଭଦ୍ରକ ବାସୁଦେବପୁରରେ ପରାଜିତ ପ୍ରାର୍ଥୀଙ୍କୁ ଟାହିଟପରା ଘଟଣାରେ ସ୍ୱାମୀଙ୍କ ପରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ତ୍ରୀ ।କଟକରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୁମତିଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । କିଏ ଜାଣିଥିଲା ଟାହିଟପରାରୁ ପଳାଇବ ଦୁଇଟା ଜୀବନ ।

ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ପଦ୍ମପୁର ପଞ୍ଚାୟତ ର ରମାକାନ୍ତ ପରିଡାଙ୍କ ସ୍ତ୍ରୀ ସୁମତି ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ । କିନ୍ତୁ ନିର୍ବାଚନରେ ହାରିଯାଇଥିଲେ । ଏହା ପରେ ବିଜୟଯାତ୍ରା ଶୋଭଯାତ୍ରାରେ ପ୍ରତିଦ୍ୱନ୍ଦୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟପରା କରିଥିଲେ। ଏଥିରେ ରମାକାନ୍ତ ବ୍ୟଥିତ ହୋଇପଡିବା ସହ ପାଟିତୁଣ୍ଡ ମଧ୍ୟ କରିଥିଲେ । ଘରକୁ ଫେରି ରମାକାନ୍ତ ସ୍ତ୍ରୀଙ୍କ ସହ ବି ଝଗଡ଼ା କରିଥିଲେ । ନିର୍ବାଚନ ହାରିଯିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି କହିଥିଲେ।

କିନ୍ତୁ ପରିହାସକୁ ସହ୍ୟ କରିନପାରି ଶେଷରେ ରମାକାନ୍ତ ଯେ ଆତ୍ମହତ୍ୟା କରିବେ ତା କେହି ଚିନ୍ତା କରିନଥିଲେ । ନିଜ ଶୋଇବା ଘର ପଙ୍ଖା ରେ ଦଉଡି ଦେଇ ଝୁଲି ପଡିଥିଲେ । ସ୍ୱାମୀଙ୍କୁ ଏପରି ଦେଖି ସ୍ତ୍ରୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ସୁମତି ଗୁରୁତର ଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.