ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସିଲା ମେୟର ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ, କଟକରେ କଡ଼ା ଟକ୍କର

0

ସକାଳୁ ପୌର ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ଆଗୁଆ ରହିଛି । ରାଉଣ୍ଡ ପରେ ରାଉଣ୍ଡ ଗଣା ଚାଲିଛି । ତେବେ ୩ ମହାନଗର ନିଗମରେ ମିଏ ହେବେ ମେୟର ତା ଉପରେ ସମସ୍ତଙ୍କ ନଜର ରହିଛି । କଟକ ମହାନଗର ନିଗମରେ କଡା ଟକ୍କର ଦେଖିବାକୁ ମିଳିଛି । ଘଡିକେ ଘୋଡା ଛୁଟୁଛି । କଟକରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଫାଇଟ ଚାଲିଛି । ବିଜେଡି ପ୍ରାର୍ଥୀ ସୁବାସ ସିଂକୁ କଡା ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ।ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ବହୁ ପଛରେ ରହିଛନ୍ତି ।

ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୮ ହଜାର ୧୯୫ ଭୋଟରେ ଆଗୁଆ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୭ ହଜାର ୪୮୦ ଭୋଟରେ ଆଗେଇ ଚାଲିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୩ ହଜାର ୫୫୩ ଭୋଟରେ ଆଗରେ ଅଛନ୍ତି । ସହିପରି ବ୍ରହ୍ମପୁରରେ ବିଜେଡି ବହୁ ଆଗରେ ରହିଛି । ସଂଘମିତ୍ରା ଦଳେଇ ୧୧ ହଜାର ୪୨ ଭୋଟରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର ୮ ହଜାର ୮୭୩ ଭୋଟରେ ଆଗୁଆ ଅଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡିଯାଇଛନ୍ତି। ଭୁବନେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ଆଗରେ ରହିଛନ୍ତି।

Leave A Reply

Your email address will not be published.