ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

କାହାକୁ ନେତା ବାଛିଲେ ଧାମନଗର ଭୋଟର

0

ଭଦ୍ରକ: କିଏ ହାତେଇବ ଧାମନଗର ଏନଏସି। ଆଜି ଆସିବ ଧାମନଗର ଏନଏସିର ପୌର ଫଳ। ଆଜି ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗଣତି ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ଚାଲିଛି। ଶାନ୍ତିଶୃଙ୍ଖଳାର ସହ ଗଣତି ଚାଲିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା ଏନଏସିରେ ୧୪୪ ଧାରା ଜାରି କରାଯାଇଛି।

ଗତକାଲି ୨ ନମ୍ବର ୱାର୍ଡର ୩ ନମ୍ବର ବୁ୍‌ଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ, ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ, ଓ ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୁନଃ ମତଦାନ ହୋଇଛି। ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିର ଏହି ୬ଟି ବୁଥରେ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ଗତକାଲି ଏଠାରେ ସାନି ମତଦାନ ପରେ ଆଜି ଭୋଟ ଗଣତି ଚାଲିଛି। ଧାମନଗର ଏନଏସି ଅଂଚଳର ୧୧ଟି ୱାର୍ଡରେ ମଙ୍ଗଳବାର ରାତି ୯ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବ ର ରହିଛି । ଫଳାଫଳ ଆସିବା ପରେ ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କୌଣସି ସଭାସମିତି କି ଶୋଭାଯାତ୍ରା କରାଯାଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.