ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

କାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଜି ନେତ୍ର ଉତ୍ସବ

0

କାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ଆଜି ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ପରେ ରାତିରେ ଶୁଭ ମୂହୁର୍ତ୍ତରେ ରଥ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମୁକ୍ତେଶ୍ୱର ମନ୍ଦିର ସ୍ଥିତ ମରିଚିକୁଣ୍ଡରୁ ପାଣି ଅଣାଯାଇ ରଥଖଳା ଠାରେ ଥିବା ମୁକ୍ତି ମଣ୍ଡପରେ ରଖାଯିବ । ବୃଷଭଙ୍କୁ ମନ୍ଦିରରୁ ଏହି ମଣ୍ଡପକୁ ବିଜେ କରାଯିବା ପରେ ଚାରି ଦୁଆର ବ୍ରହ୍ମ ପୂଜା କରି ରଥ ପ୍ରତିଷ୍ଠା କରାଯିବ ।

ଆସନ୍ତାକାଲି ରୁକୁଣା ରଥଯାତ୍ରା ନେଇ ମାଉସୀ ମା’ ଛକଠାରୁ ରଥ ରୋଡ୍ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଏହି ଦୁଇ ଦିନ ସବୁ ଗାଡି ମାଉସୀ ମା’ ଛକ ଠାରୁ ମ୍ୟୁଜିୟମ ଛକ ଆଡକୁ ନହେଲେ ବିବେକାନନ୍ଦ ରାସ୍ତାରେ ଯାତାୟାତ କରିବ । ଏହା ସହ ରଥଖଳାରୁ ରଥରୋଡ଼ ମଧ୍ୟରେ କୌଣସି ଗାଡି ଯିବ ନାହିଁ । ଏହି ରାସ୍ତା ପରିବର୍ତ୍ତେ ମହଦେବ ମନ୍ଦିର ପଟୁ ବିଏମସି ମାର୍କେଟ କମ୍ପେକ୍ସ, ନଚେତ ବିନ୍ଦୁସାଗର ଦେଇ ଯାନବାହାନ ଚଳାଚଳ କରିବ । ରୁକୁଣା ରଥ ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ୩ ଜଣ ଅତିରିକ୍ତ ଡିସିପି, ୭ ଜଣ ଏସିପି, ୧୪ଜଣ ଇନ୍ସପେକ୍ଟର, ୬୦ ଜଣ ଏସଆଇ ଓ ଏଏସଆଇ, ୨୫ ଜଣ ହୋମଗାର୍ଡ ଓ ୧୬ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ।

Leave A Reply

Your email address will not be published.