ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଶପଥ ନେଉ ନେଉ ଶାହବାଜ ଇସ୍ତଫା ଦେଇଦେବେ ବୋଲି କାହିଁକି କହିଲେ?

0

ଇସଲାମବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ସରିଫ୍ ଆଜି କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ପାକ୍ ଅଡୁଆ ଛିଡିଲାନି। ଇମ୍ରାନ ଆରମ୍ଭରୁ ଅତ୍ୟନ୍ତ କଡା ଆଭିମୁଖ୍ୟ ଆପଣାଇଥିବା ବେଳେ ଶାହବାଜଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ ସାମ୍ନାକୁ ଆସିିଛି। ପରିସ୍ଥିତି ଏତେ ଗମ୍ଭୀର ହେଲାଣି ୟେ ଦାୟିତ୍ବ ନେଉ ନେଉ ଶାହବାଜ ନିଜ ମୁହଁରେ ନିଜ ଇସ୍ତଫା କଥା କହିବସିଲେଣି। ଇମ୍ରାନଙ୍କୁ ହଟାଇବା ପଛରେ ବିଦେଶୀ ଷଡ଼ଯନ୍ତ୍ର ହୋଇଥିଲା ଓ ସେଥିରେ ସରିଫ ଅଛନ୍ତି ବୋଲି ବିରୋଧୀ ଯେଉଁ ଅଭିଯୋଗ ରଖିଥିଲେ, ଆଜି ତା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି ଯେ ଏକଥା ଯଦି ପ୍ରମାଣ ହୁଏ, ତେବେ ସେ ପଦ ତ୍ୟାଗ କରିଦେବେ। ଇମ୍ରାନଙ୍କୁ ଅନାସ୍ଥା ଭୋଟରେ ବିଦା କରାଯାଇଛି ବୋଲି ସୂଚନା ଦେବା ସହିତ ଏବେ ଦେଶରେ ଅଚଳାବସ୍ଥାର ଅବସାନ ଘଟିବ ବୋଲି ସରିଫ୍ ଆଶା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ୧୪୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ପ୍ରସଙ୍ଗ ପୁଣି ଥରେ ଉଠିଛି। ୨୦୨୦ରେ ସରିଫ୍ ଏହି ମାମଲାରେ ଗିରଫ ହୋଇଥିଲେ। ଇମ୍ରାନ ଏହାର ଫାଇଦା ନେଇ ସରିଫଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିବା ସହିତ ଲୋକଙ୍କୁ ତତାଇବାକୁ ଚେଷ୍ଟା କରୁଛନ୍ତି। କୁହାଯାଇଛି ଯେ ୨୦୨୧ରେ ଜାମିନରେ ଆସିଛନ୍ତି। ଶାହବାଜ ୧୯୯୦ ମସିହା ବେଳକୁ ମାତ୍ର ୨୧ଲକ୍ଷ ଟଙ୍କାର ମାଲିକ ଥିବା ବେଳେ ଏବେ କିଭଳି ତାଙ୍କର ସଂପତ୍ତି ୭୩୨ କୋଟିକୁ ପହଞ୍ଚିଲା?

ଏଠାରେ ଉଲ୍ଲେଖଥାଉକି, ଆଜ ଶାହବାଜ ଦାୟିତ୍ବ ନେବା ପୂର୍ବରୁ ପାକ୍ ରାଷ୍ଟ୍ରପତ ଆରିଫ୍ ଆଲଭି ଅସୁସ୍ଥ ହୋଇପଡ଼ିଥିଲେ। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ପରିସ୍ଥିତି ହୋଇଥିଲା। ଫଳରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଘଣ୍ଟାଏ ବିଳମ୍ବ ହୋଇଥିଲା। ପରେ ସିନେଟ୍ ଅଧ୍ୟକ୍ଷ ସାଦିକ୍ ସଂଜରାନି ଏହି ଶପଥ ଗ୍ରହଣ ଦାୟିତ୍ବ ତୁଲାଇଥିଲେ।

ଉଲ୍ଲେଖଥାଉକି, ଇମ୍ରାନ ଆଜି କହିଛନ୍ତି ଯେ ସେ ଚୋରଙ୍କ ସହିତ ସଂସଦରେ ବସିବେ ନାହିଁ। ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ସମର୍ଥକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହାକୁ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ବୋଲି ଇମ୍ରାନ କହିଛନ୍ତି।

Leave A Reply

Your email address will not be published.