ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

0

ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ହଟିବା ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମୋଦୀ ଜମ୍ମୁ-କାଶ୍ମୀରର ପାଲ୍ଲି ପଞ୍ଚାୟତରୁ ଦେଶବ୍ୟାପୀ ପଞ୍ଚାୟତଗୁଡ଼ିକୁ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରର ୩୦ ହଜାରରୁ ଅଧିକ ପଂଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କୁ ଉଦବୋଧନ ଦେଇଛନ୍ତି । ,

ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାସ୍ଥିତ ପଲ୍ଲୀ ଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସେଠାରେ ପ୍ରଦର୍ଶିତ ହୋଇଥିବା ‘ଇନ୍‌ଟାକ୍‌’ ଫଟୋ ଗ୍ୟାଲେରି ବୁଲି ଦେଖିଥିଲେ। ରାଲିରେ ଉଦ୍‌ବୋଧନ ଦେଇ ଉପରାଜ୍ୟପାଳ ମନୋଜ ସିହ୍ନା କହିଲେ, ଜମ୍ମୁ ଓ କଶ୍ମୀର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଶିଳ୍ପ ଯୋଜନା ଦେଇଛନ୍ତି।

ଜମ୍ମୁ-କାଶ୍ମୀର ଗସ୍ତ ଅବସରରେ ମୋଦୀ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାମ୍ବା ଜିଲ୍ଲାର ପାଲ୍ଲିରେ ୫୦୦ କିଲୋୱାଟରେ ଏକ ସୌର ଶକ୍ତି କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ଦେଶରେ ପ୍ରଥମ କାର୍ବନ୍ ନ୍ୟୁଟ୍ରାଲ ପଞ୍ଚାୟତ ହେବ । ଏହା ସହ ପ୍ରଧାନମନ୍ତ୍ରୀ ବନିହାଲ କାଜିଗଣ୍ଡ ରାସ୍ତା ସୁଡଙ୍ଗର ଉଦଘାଟନ ମଧ୍ୟ କରିଛନ୍ତି । ୮.୪୫ କିଲୋମିଟର ଲମ୍ବର ଏହି ସୁଡଙ୍ଗ ରାସ୍ତା ବନିହାଲ ଏବଂ କାଜିଗଣ୍ଡ ମଧ୍ୟରେ ରାସ୍ତା ଦୂରତା ୧୬ କିଲୋମିଟର କମିବ ।

Leave A Reply

Your email address will not be published.