ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ

0

କଟକ: ଆସନ୍ତା ଜୁନ୍ ୧୨ରେ କଟକ ବାରବାଟି ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫିକ୍ରା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ ପାଇଁ ଜୁନ୍ ପହିଲା ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ବାରବାଟୀ ଷ୍ଟାଡିୟମରେ ୪୪୨୩୪ ଦର୍ଶକ ବସିବା କ୍ଷମତା ରହିଥିଲା ବେଳେ ସେଥିରୁ ୨୯୧୫୪ ଟିକଟ୍‌ ବିକ୍ରି କରାଯିବ। ଏଥିରୁ ୮ ହଜାର ଟିକଟ୍‌ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାଙ୍କ ପାଇଁ ବିକ୍ରି ହେବ ଏବ˚ ୨୧୧୫୪ ଟିକଟ୍‌ ଅନ୍‌ଲାଇନ୍‌ ଓ କାଉଣ୍ଟରରେ ବିକ୍ରି ହେବ ।

ପ୍ରଥମେ ୫ ହଜାର ଟିକଟ୍‌କୁ ଅନ୍‌ଲାଇନ୍‌ରେ ଛଡ଼ାଯିବ। ପେଟିଏମ୍‌ ଦ୍ବାରା ଅନ୍‌ଲାଇନ୍‌ରେ ଟିକଟ୍‌ ବିକ୍ରି ହେବ। ଜୁନ୍‌ ୯ରୁ ୧୨ ତାରିଖ ମଧ୍ୟରେ କେମ୍ବ୍ରିଜ ସ୍କୁଲ୍‌ ଓ ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ୍‌ ସହିତ ଭୁବନେଶ୍ବରରେ ଦୁଇଟି ସ୍ଥାନରେ କାଉଣ୍ଟର ଖୋଲାଯାଇ ଅନ୍‌ଲାଇନ୍‌ ଟିକଟ୍‌ ସ˚ଗ୍ରହ କରାଯାଇପାରିବ । ଏହାବାଦ୍‌ ଜୁନ୍‌ ୭ ଓ ୮ ତାରିଖରେ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାମାନଙ୍କୁ ଓସିଏ କନଫରେନ୍ସ ହଲ୍‌ରେ ଟିକଟ୍‌ ବିକ୍ରି କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ଜୁନ୍‌ ୯ ଓ ୧୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକଟ୍‌ ବିକ୍ରି ହେବ । ଜଣେ ନିଜର ପରିଚୟ ପତ୍ର ଦେଖାଇ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକଟ୍‌ କିଣିପାରିବେ । ଟିକଟ୍‌ କାଉଣ୍ଟରର ସୁରକ୍ଷା ପାଇଁ ସିସି କ୍ୟାମେରା ଲଗାଯିବ ।

ଚଳିତ ମ୍ୟାଚ୍‌ ପାଇଁ ଟିକଟ୍‌ ଦର ବୃଦ୍ଧି କରାଯାଇଛି। ଗ୍ୟାଲେରି ନମ୍ବର ୧, ୩ ଓ ୫ର ଦାମ୍‌ ୯୦୦ ଟଙ୍କା ରଖାଯାଇଥିଲା ବେଳେ ୨ ଓ ୪ ନମ୍ବର ଗ୍ୟାଲେରିର ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି । ମରାମତି ହୋଇଥିବା ୭ ନମ୍ବର ଗ୍ୟାଲେରିର ମୂଲ୍ୟ ୬୦୦ ଟଙ୍କା, ୬ ନମ୍ବର ଗ୍ୟାଲେରିକୁ ଖେଳାଳି ରିହାତି ଭାବରେ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାବାଦ୍‌ ସ୍ପେସାଲ ଏନ୍‌କ୍ଲୋଜର ୫୦୦୦ ଟଙ୍କା, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିୟନ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୧୨୦୦୦ ଟଙ୍କା ରଖାଯାଇଛି ।

ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକ ତଥା ବିସିସିଆଇ, ଓସିଏ ଏବ˚ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ୫ଟି ସ୍ଥାନରେ ପାର୍କି˚ର ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ଷ୍ଟାଣ୍ତ କରାଯାଇଛି । ଓସିଏ ସଦସ୍ୟ ଓ ଅନ୍ୟ ଅତିଥିଙ୍କ ପାଇଁ କ୍ରିକେଟ୍‌ ଏକାଡେମୀ ପଡ଼ିଆ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍‌, ବିସିସିଆଇ ଅଧିକାରୀ, ମ୍ୟାଚ୍‌ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ସେଣ୍ଟ ଜାଭିୟର୍ସ ସ୍କୁଲ୍‌ ପରିସରରେ, ବିଚାରପତି ଓ ପ୍ରସାରଣ ଟିମ୍‌ଙ୍କ ପାଇଁ ହର୍ସ ଗେଟ୍‌ ସମ୍ମୁଖରେ ପାର୍କି˚ ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.