ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗୋଚାଲାଣକାରୀଙ୍କ ଗୁଳିମାଡରେ ଦୁଇ ଗୋସେବକ ଗୁରୁତର

0

ଯଶିପୁର: ଆଜି ଭୋର୍ ରୁ ଯଶିପୁର ଟୋଲଗେଟ୍ ନିକଟରେ ଗୋସେବକଙ୍କ ଉପରକୁ ଗୋଚାଲାଣକାରୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଚାଲାଣ ଲାଗି ଗୋରୁ ଗାଡ଼ିକୁ ନେଇ ଯାଉଥିବା ବେଳେ ଗୋସେବକମାନେ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବେଗୁନିଆ ନିର୍ମାଣାଧୀନ ଟୋଲ ପ୍ଲାଜା ନିକଟରେ ଗୋରୁ ଚାଲାଣ ଗାଡ଼ିର ସୁରକ୍ଷା ଦେଉଥିବା ଏସକର୍ଟ  ପାର୍ଟି ସହିତ ମୁହାମୁହିଁ ହୋଇଥିଲେ ଦେବସେନା ବୋଲି କୁହାଯାଉଥିବା ବେଆଇନ୍ ଗୋ ଚାଲାଣ ବିରୋଧୀ ସଂଗଠନର କର୍ମୀ। ସେମାନେ ଗାଡ଼ିକୁ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ଏଥିରେ ଦେବସେନାର ଦୁଇ କର୍ମୀ ଗୁଳିମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଗୋରୁ ଗାଡ଼ି ଘଟଣା ସ୍ଥଳରେ ଅଟକି ରହିଛି। ଆଖପାଖର ଶତାଧିକ ଗ୍ରାମବାସୀ ପହଞ୍ଚିବାରୁ ଗୋଚାଲାଣକାରୀମାନେ ସେ ସ୍ଥାନ ଛାଡି ପଳାଇଯାଇଥିଲେ।। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଏଣେ ୪୯ ନଂ ଜାତୀୟ ରାଜପଥ ସ୍ଥିତ ବିଶୋଇଠାରେ ମଧ୍ୟ ପୁଲିସ ଛାଉଣୀ ଅଛି। ଶତାଧିକ ଟ୍ରକକୁ ଅଟକ ରଖାଯାଇଛି।

Leave A Reply

Your email address will not be published.