ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କଳା ବୋଳିଥିଲେ, ତଡ଼ା ଖାଇଲେ

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭିଜିଲାନ୍ସ ଅଧିକାରୀ ମାନସୀ ଜେନାଙ୍କୁ ଆଜି ରାଜ୍ୟ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ପୁଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରିଛନ୍ତି। ଶ୍ରୀମତୀ ଜେନା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ଓ ସେ ନିଲମ୍ବିତ ଅଛନ୍ତି।

ସମ୍ବଲପୁରରେ ଗୋଟିଏ ମାମଲାର ରଫାଦଫା କରିବା ପାଇଁ ସେ ୨୦ଲକ୍ଷ ଟଙ୍କା ଦାବି କରିଥିଲେ। ମୁକେଶ ସାହୁ ନାମକ ଜଣେ ସହଯୋଗୀଙ୍କ ମାଧ୍ୟମରେ ଏହା କରାଯାଇଥିଲା। ଭିଜିଲାନ୍ସ ଜାଲରେ ପଡ଼ିବା ପରେ ମାମଲାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଜଣେ ଭିଜିଲାନ୍ସ ଅଧିକାରୀ ହୋଇ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡିବା ପରେ ସରକାର ବି ଚିନ୍ତାରେ ପଡ଼ିଯାଇଥିଲେ। ହେଲେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯାଉଥିବା ଆଧାରରେ ତାଙ୍କୁ ବହିଷ୍କାର କରାଯାଇଥିବା ଜଣାପଡିଛି। ସେ ଯେହେତୁ ସାଧାରଣ ଲୋକଙ୍କ ଆସ୍ଥା ହରାଇଛନ୍ତି ଏବଂ ଗର୍ହିତ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି, ଏଣୁ ଚାକିରିରୁ ବହିଷ୍କାର କରାଯିବା ଏକମାତ୍ର ରାସ୍ତା ବୋଲି ସରକାର ବିଚାର କରିଛନ୍ତି।

Leave A Reply

Your email address will not be published.