ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଗିରଫ ହେଲେ ଅଶ୍ବିନୀ

0

ଜଳେଶ୍ଵର: ଗିରଫ ହେଲେ ଜଳେଶ୍ବର ବିଡିଓ ଅଶ୍ବିନି ଦାସ। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ଵର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ବିଡ଼ିଓଙ୍କ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ। ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି,୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ କରାଯାଇଥିଲା। ଚଢାଉ ପାଇଁ ମଧ୍ୟ କଟକ ସ୍ଥିତ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟ ମଧ୍ୟ ଓ୍ବାରେଣ୍ଟ ଜାରି କରିଥିଲେ। ଶ୍ରୀ ଦାସଙ୍କ କଟକ ସ୍ଥିତ ବୟାଳିଶ ମୌଜାର ଶ୍ରୀକ୍ରିଷ୍ଣା ବିହାରର ଝିଙ୍କିରିଆ ସ୍ଥିତ ବାସଭବନ, କଳାପଦ ସ୍ଥିତ ୩ ମହଲା କୋଠା, ବିଡ଼ିଓଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ କଟକ ଖପୁରିଆ ସ୍ଥିତ ଅଫିସ, କେନ୍ଦ୍ରାପଡ଼ା ସ୍ଥିତ ଶ୍ବଶୁର ଘର,ଜଳେଶ୍ଵର ବ୍ଲକରେ ଥିବା ବିଡ଼ିଓଙ୍କ ଅଫିସ ଓ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ଉପରେ ଏକା ସମୟରେ ଚଢାଉ ଆରମ୍ଭ ହୋଇଥିଲା

ଚଢାଉ ସମୟରେ ଝିଙ୍କରିଆ ସ୍ଥିତ କୋଠାର ମୂଲ୍ୟ ୧.୧୦ କୋଟି, କାଳପଦା ସ୍ଥିତ ୩ ମହଲା କୋଠାର ମୂଲ୍ୟ ୧.୨୨ କୋଟି, କଟକ ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ୨୪ ଟି ପ୍ଲଟ, କାଳପଦା ଠାରେ ଏକ ଇଟା କାରଖାନା, ବିଭିନ୍ନ ସ୍ଥାନରୁ ୩୩୦ ଗ୍ରାମର ସୁନା,୧.୧ କିଗ୍ରା ଓଜନର ରୂପା ଅଳଙ୍କାର,୪୧ ଲକ୍ଷ ଟଙ୍କା ମୂଲ୍ୟର ୪ ଟି ଦାମୀ ଗାଡ଼ି ଯଥା ସ୍କୋଡା-ରେପିଡ ଆକ୍ଟିଭା, ଇନୋଭା, ସ୍କୋର୍ଫିଓ ଏବଂ ନାନୋ ଗାଡି ଓ ୩ ଟି ଦୁଇ ଚକିଆ ଗାଡ଼ି ଭିଜିଲାନ୍ସ ଟିମ୍ ଠାବ କରିଛି। ସେହିପରି ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା ମଧ୍ୟ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନରୁ ଜବତ ହୋଇଛି। ଏସବୁ ଠାବ ପରେ ଜଳେଶ୍ଵର ସ୍ଥିତ ବାସଭବନରୁ ଶ୍ରୀ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.