ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

0

ନିମାପଡା: ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି।  ଏଥିସହ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଧରାପଡିଛି।

ପୁରୀ ଭୁବନେଶ୍ଵର ୩୧୬  ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିଲା।ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ   ଗିରଫ କରିଥିଲା । ଏଥିସହ ଜଣେ ନାବାଳକ ଧରାପଡିଥିଲା। ସେମାନଙ୍କ ଠାରୁ ଏକ କୋଟି ଟଙ୍କାର ୯୭୮ ଗ୍ରାମର ବ୍ରାଉନ ସୁଗାର, ନଗଦ ୩  ହଜାର ୫ଶହ ଟଙ୍କା ସହିତ ଗୋଟିଏ ପ୍ଲେଜର ସ୍କୁଟି ଗୋଟିଏ ମେ।ଟର ସାଇକେଲ ଜବତ କରିଛି ପୋଲିସ ।

ମାଷ୍ଟର ମ।ଇଣ୍ଡ କୁହାଯାଉଥିବା ପିପିଲି ନରସିଂହପୁର ଅଂଚଳର  ମୁରାସିଦ ଖାନ ଓରଫ ଜୁମା  ଓ ତାର ସହଯୋଗୀ ଇମ୍ରାନ ସା ଓ ଜାବିଦ ସା,ବାଲେଶ୍ଵର ଅଂଚଳର ସେକ ସାଜିଦ ଅଲ୍ଲି  ପୋଲିସ ଗିରଫ କରିଥିଲା। ଅ।ଗାମୀ ଘୋଷ ଯାତ୍ରା ସମୟରେ ଏହି କାରବାର ବୁଦ୍ଧି ପାଇବା ଅ।ଶା ରଖି ବ୍ୟାପକ ବ୍ୟବସ୍ଥା ଓ ଚଢାଉ ଜାରି ରହିଛି ବୋଲି ପୋଲିସ କହିଛି।

Leave A Reply

Your email address will not be published.