ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

0

ନିମାପଡା: ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି।  ଏଥିସହ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଧରାପଡିଛି।

ପୁରୀ ଭୁବନେଶ୍ଵର ୩୧୬  ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିଲା।ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ   ଗିରଫ କରିଥିଲା । ଏଥିସହ ଜଣେ ନାବାଳକ ଧରାପଡିଥିଲା। ସେମାନଙ୍କ ଠାରୁ ଏକ କୋଟି ଟଙ୍କାର ୯୭୮ ଗ୍ରାମର ବ୍ରାଉନ ସୁଗାର, ନଗଦ ୩  ହଜାର ୫ଶହ ଟଙ୍କା ସହିତ ଗୋଟିଏ ପ୍ଲେଜର ସ୍କୁଟି ଗୋଟିଏ ମେ।ଟର ସାଇକେଲ ଜବତ କରିଛି ପୋଲିସ ।

ମାଷ୍ଟର ମ।ଇଣ୍ଡ କୁହାଯାଉଥିବା ପିପିଲି ନରସିଂହପୁର ଅଂଚଳର  ମୁରାସିଦ ଖାନ ଓରଫ ଜୁମା  ଓ ତାର ସହଯୋଗୀ ଇମ୍ରାନ ସା ଓ ଜାବିଦ ସା,ବାଲେଶ୍ଵର ଅଂଚଳର ସେକ ସାଜିଦ ଅଲ୍ଲି  ପୋଲିସ ଗିରଫ କରିଥିଲା। ଅ।ଗାମୀ ଘୋଷ ଯାତ୍ରା ସମୟରେ ଏହି କାରବାର ବୁଦ୍ଧି ପାଇବା ଅ।ଶା ରଖି ବ୍ୟାପକ ବ୍ୟବସ୍ଥା ଓ ଚଢାଉ ଜାରି ରହିଛି ବୋଲି ପୋଲିସ କହିଛି।

Leave A Reply

Your email address will not be published.