ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ନୂଆ ମନ୍ତ୍ରୀଙ୍କୁ ମିଳିଲା ନୂଆ ପିଏସ୍

0

ଭୁବନେଶ୍ୱର: ନୂଆ ମନ୍ତ୍ରୀ ଆସିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ବଦଳିଛନ୍ତି। ଏଥିପାଇଁ ପ୍ରାଶାସନିକ ସ୍ତରରେ ବଦଳି ହୋଇଛି । ଏବେ ନୂଆ ମନ୍ତ୍ରୀଙ୍କ ନୂଆ ପିଏସ୍‌ ରହିବେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ପଛୁଆବର୍ଗ ବିକାଶ ବିଭାଗ ମନ୍ତ୍ରୀଙ୍କ ନୂଆ ପିଏସ୍‌ ହୋଇଛନ୍ତି ଅରୂପ କୁମାର ସାହୁ । ସେ ଆଇନ ମନ୍ତ୍ରୀଙ୍କ ପିଏସ୍‌ ଭାବେ ମଧ୍ୟ କାମ କରିବେ ।

ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ହୋଇଛନ୍ତି ଅଞ୍ଜନ କୁମାର ଦାସ । କୃଷି ତଥା ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ହେବେ ସରୋଜ କୁମାର ରାଉତ । ଡା. ପ୍ରଦୀପ କୁମାର ରାଉତ ହେଲେ ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ହୋଇଛନ୍ତି ପ୍ରତାପ ଚନ୍ଦ୍ର ହୋତା। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ଭାବେ ଏସ୍‌କେ ଜମିରୁଦ୍ଦିନ୍‌ ଏବଂ ଇସ୍ପାତ ଓ ଖଣି ବିଭାଗ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ଭାବେ କାଳିପ୍ରସନ୍ନ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି ।

ବିଜୟ କୁମାର ସ୍ୱାଇଁ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ସୁରଞ୍ଜନ ପ୍ରଧାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ଚିନ୍ମୟ କୁମାର ଆଚାର୍ଯ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ସୁକାନ୍ତ କୁମାର ପ୍ରଧାନ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ରଶ୍ମିରଞ୍ଜନ ସାହୁ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ମନମୋହନ ବାରିକ ସଂସଦୀୟ ବ୍ୟାପାର ବିଭାଗର ଓଏସ୍‌ଡି ସହ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ପ୍ରଶାନ୍ତ କିଶୋର ମହାପାତ୍ର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ମାନସ ରଞ୍ଜନ ପାଢ଼ୀ ପର୍ଯ୍ୟଟନ ବିଭାଗର ପିଏସ୍‌, କୈଳାସ ଚନ୍ଦ୍ର ଦାଶ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା କ୍ରୀଡ଼ା ବିଭାଗ ଏବଂ ଗୌରହରି ବେହେରାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପିଏସ୍‌ ନିଯୁକ୍ତି ମିଳିଛି ।ତେବେ ୪ଜଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପ୍ରୀତିରଞ୍ଜନ ଘଡ଼ାଇ, ରୋହିତ ପୂଜାରୀ ଓ ରୀତା ସାହୁଙ୍କୁ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ସଚିବ ଆବଣ୍ଟିତ କରିବାରେ ସଂସଦୀୟ ବ୍ୟାପାର ବିଭାଗ ସକ୍ଷମ ହୋଇପାରିନି ।

Leave A Reply

Your email address will not be published.