ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଆସନ୍ତା ୧୫ରୁ ମାଗଣାରେ ମିଳିବ କରୋନା ବୁଷ୍ଟର ଡୋଜ୍

0

ନୂଆଦିଲ୍ଲୀ: ଦେଶରେ ଏବେ ଲଗାତାର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ କେନ୍ଦ୍ର ସରକାର ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କୋଭିଡ ନିରୋଧୀ ଟିକାର ବୁଷ୍ଟର ଡୋଜ ମାଗଣା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଆସନ୍ତା ୧୫ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନାର ବୁଷ୍ଟର ଡୋଜ୍‌। ଏବେ ଲୋକମାନଙ୍କୁ ଟଙ୍କା ଦେଇ ବୁଷ୍ଟର ଡୋଜ୍‌ ନେବାକୁ ପଡ଼ୁଛି। ହେଲେ ବୁଷ୍ଟର ଡୋଜ୍‌ ନେବାକୁ କେହି ବି ଆଗ୍ରହ ଦେଖାଉ ନାହାନ୍ତି। ଏପରି ସ୍ଥିତିରେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ଆଜି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, “ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଆଜାଦୀର ଏହି ଅମୃତ କାଳରେ ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଆଗାମୀ ୭୫ ଦିନ ଯାଏ ଏହି ଅଭିଯାନ ଚାଲିବ। ଲୋକମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ପ୍ରିକସନ ଡୋଜ ନେଇପାରିବେ।

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବ୍ୟକ୍ତି ପ୍ରିକସନ ଡୋଜ୍ ନେବାକୁ ଯୋଗ୍ୟତା ଅର୍ଜନ କରୁଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ କୋହଳ କରିଛନ୍ତି। ଏଣିକି ୧୮ ବର୍ଷରୁ ଅଧିକ ବୟସ୍କମାନେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ।

Leave A Reply

Your email address will not be published.