ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଟୁଇଷ୍ଟ ଆଣିଲେ ଉତ୍ତମ-ଅପରାଜିତା

0
  • ଭାଇରାଲ୍‌ ହେଉଛି ବାବୁସାନ୍‌-ତୃପ୍ତି-ପ୍ରକୃତିଙ୍କ ଠେଲାପେଲା
  • ଭଲ ପାଇଁ ନୁହେଁ, ଭୁଲ ପାଇଁ ଓଲିଉଡ଼ ବାରମ୍ବାର ଚର୍ଚ୍ଚାରେ
  • ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଆଲୋଚନା ସରିନି

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ନିକଟ ଅତୀତରେ କୌଣସି ଗୋଟିଏ ବି ଓଡ଼ିଆ ଚଳଚ୍ଚିତ୍ର ହିଟ୍ ହୋଇନାହିଁ। ପୂରା ଓଲିଉଡ୍ ଏବେ ଆର୍ଥିକ ଦୁଃସ୍ଥିତି ଭିତରେ ଜଡ଼ସଡ। ଉଦ୍‌ବେଗର ବିଷୟ ହେଲା; କୌଣସି ଭଲ କାମ ପାଇଁ ନୁହେଁ, ବରଂ ବାରମ୍ବାର ଭୁଲ୍ କାରଣରୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଚର୍ଚ୍ଚାକୁ ଆସୁଛି। ଓ​ଲିଉଡର ଯେଉଁ ତାରକାଙ୍କୁ ନେଇ ଓଡ଼ିଶାର ଫିଲ୍ମ ଦର୍ଶକ ଗର୍ବ କରନ୍ତି, ସେମାନଙ୍କ ଘର କଳି ଏବେ ପୂରା ରାଜ୍ୟରେ ଛାଇଯାଇଛି।

ଆଜି ଦିନର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ ରାଜ୍ୟ ପଡ଼ୁଛି ଉଠୁଛି। ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଆଜି ଉଭୟ ପ୍ରକୃତି ଏବଂ ବାବୁସାନ୍‌ଙ୍କୁ ରାସ୍ତାରେ ଅଟକାଇବା, ହଲାପଟା କରିବା ଘଟଣା ଚର୍ଚ୍ଚାରେ ରହିଛି। ଦୁଇଟି ଷ୍ଟାର ପରିବାରର ଏହି କନ୍ଦଳରେ ପୁଲିସ ଫଶିଛି।

ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷାଙ୍କ ପାରିବାରିକ ବିବାଦ ଉପରୁ ଚର୍ଚ୍ଚା ହଟିନଥିବା ବେଳେ ଆଜିର ପ୍ରସଙ୍ଗ ଫିଲ୍ମ ଜଗତ ଉପରେ ଗୋଟିଏ ଅପବାଦର ବାଦଲ ଢାଙ୍କି ଦେଇଛି। ଏକାଧିକ ଅଭିନେତା ଓ ଅଭିନେତ୍ରୀଙ୍କ ମୃତ୍ୟୁ ସନ୍ଦେହ ଭିତରେ ଥିବା ବେଳେ ଆଜିର ଘଟଣା ମଧ୍ୟ ସେ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ବୋଲି ଅନେକ ମତ ରଖୁଛନ୍ତି।

ଏସବୁ ଭିତରେ ଆଶ୍ବାସନାର କଥା ହେଲା, ବାବୁସାନ୍‌ଙ୍କ ବାପା ତଥା ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି ଏବଂ ବିଶିଷ୍ଟ ଅଭିନେତ୍ରୀ ଅପରାଜିତା କିନ୍ତୁ ଗୁରୁତ୍ବପୂ୍ର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ‘ଆପଣା ସୁନା ଭେଣ୍ଡି’ ବୋଲି ଉତ୍ତମଙ୍କ ମନ୍ତବ୍ୟ ବାବୁସାନ୍‌ଙ୍କ ଭୁଲକୁ ଇଙ୍ଗିତ କରୁଥିବା ବେଳେ ନିଜେ ଅପରାଜିତା ବୋହୁ ତୃପ୍ତିଙ୍କୁ ଧରି ଥାନାକୁ ଆସିବା ପରେ ପୂରା ମାମଲାଟି ନାଟକୀୟ ମୋଡ଼ ନେଇଛି।

ନିକଟରେ ଏଭଳି ଯେତେ ସବୁ ମାମଲା ସାମ୍ନାକୁ ଆସିଛି ଓ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା, ସେଥିରେ ବୋହୂଙ୍କୁ କେହି ବି ଖୋଲା ସମର୍ଥନ ଦେଇନାହାନ୍ତି। ବରଂ ଶ୍ବଶୁର-ଶାଶୁ ସବୁବେଳେ ଆଖିବୁଜି ପୁଅ ସପକ୍ଷରେ ରହିଆସିଛନ୍ତି। ସେ ଦୃଷ୍ଟିରୁ ଏହି ମାମଲାଟି ଭିନ୍ନ ଓ ଉଭୟ ଉତ୍ତମ ଏବଂ ଅପରାଜିତାଙ୍କ ଭୂମିକା ଅନନ୍ୟ ବୋଲି କୁହାଯାଉଛି।

ଭୁବନେଶ୍ବର କମିସନରେଟ୍‌ ଅନ୍ତର୍ଗତ ଖାରବେଳ ଥାନା ପୁଲିସ ଏହି ମାମଲାରେ ଉଭୟ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦେଶକ ମନ୍ମଥ ନାଥ ମିଶ୍ର ଓ ତୃପ୍ତି ମହାନ୍ତିଙ୍କ ଅଭିଯୋଗକୁ ଆଧାର କରି ୨ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରିଛି। ତୃପ୍ତି ଓ ଅପରାଜିତାଙ୍କ ସମେତ ମୋଟ ଚାରିଜଣଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ପୁଲିସ ଗଣମାଧ୍ୟମକୁ କହିଛି।

ଏହି ଘଟଣାରେ ଶ୍ରୀ ମିଶ୍ର ବୈଦ୍ୟୁତିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଯାହା ଜାଣନ୍ତି ପ୍ରକୃତି-ବାବୁସାନଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ରହିଛି। ତେବେ ଆଜି ଗୋଟିଏ ଦୁର୍ଭାଗ୍ୟଜନକ ଘଟଣା ଘଟିଲା। ଗୁଣ୍ଡାମାନଙ୍କୁ ଆଣି ମୋ ଝିଅକୁ ଶାରୀରିକ ଆଘାତ ଦିଆଯାଇଛି ଏବଂ ତୃପ୍ତି ଆଜି ଅପରାଧ କରିଛନ୍ତି।

ସେହିଭଳି ସୋସିଆଲ ମିଡ଼ିଆରେ ପ୍ରକୃତି ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବଥାଏ। ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ। ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ। ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କ ଧରି ବାବୁସାନଙ୍କୁ ନିର୍ଯ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣ ଯୋଗ୍ୟନୁହେଁ। ଯାହା ବି ହେଉନା କାହିଁକି ମୁଁ ନିଶ୍ଚିିତ ଯେ ଠିକ ରାସ୍ତାରେ ଅଛି। ଆଇନ ଉପରେ ମଧ୍ୟ ମୋର ପୂରା ଭରସା ଅଛି। ଆଗାମୀ ପରିସ୍ଥିତିକୁ ଧର୍ଯ୍ୟ ଏବଂ ସାହସର ସହିତ ସାମ୍ନା କରିବା ପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମର୍ଥନର ଆବଶ୍ୟକତା କରୁଛି।

ଆଜି ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହିତ ଚେନ୍ନାଇ ଉଦ୍ଦେଶ୍ୟରେ ଏକ କାରରେ ବିମାନ ବନ୍ଦର ପର୍ଯ୍ୟନ୍ତ ଯାଉଥିବାବେଳେ ତୃପ୍ତି ସେମାନଙ୍କୁ ଅଧା ରାସ୍ତାରେ ଧରି ହଲାପଟା କରିଥିଲେ। ରାଜରାସ୍ତାରେ ଷ୍ଟାର ପରିବାରର ଏହି କଳହ, କଥା କଟାକଟି, ଠେଲାପେଲା ପୂରା ଓଡ଼ିଶା ଗଣମାଧ୍ୟମରେ ଛାଇଯାଇଛି। ମୋବାଇଲ୍‌ରୁ ମୋବାଇଲ୍‌କୁ ଭାଇରାଲ୍ ହେଉଛି।

ତୃପ୍ତି ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରକୃତି ମିଶ୍ର ତାଙ୍କ ସଂସାର ଭାଙ୍ଗିଦେଇଛନ୍ତି। କିଛି ଦିନ ଧରି ବାବୁସାନ୍‌ ତାଙ୍କ ଘରେ ରହୁନଥିଲେ, ବରଂ ସେମାନେ ଏକାଠି ରହୁଥିଲେ। ଆଜି ସେମାନେ ଚେନ୍ନାଇ ଯାଉଥିବା ଜାଣି ତାଙ୍କୁ ଅଟକାଇବାକୁ ଚେଷ୍ଟା କଲି। ପୂର୍ବରୁ ବିଭିନ୍ନ ସ୍ଥାନରେ ଏମିତି ବାବୁସାନ୍‌ ଓ ପ୍ରକୃତିଙ୍କୁ ତିନି ଥର ସେ ଧରିଛନ୍ତି। ବାବୁସାନ୍‌ଙ୍କୁ ବାଟକୁ ଆଣିବାକୁ ଚେଷ୍ଟା କରିଛନ୍ତି ଓ ଯଥେଷ୍ଟ ସମୟ ଦେଇଛନ୍ତି। ୨୦୨୦ ମସିହାରୁ ଏମିତି ଜାରି ରହିଥିବା ତୃପ୍ତିଙ୍କ ମନ୍ତବ୍ୟ ପୂରା ମାମଲାର ଗମ୍ଭୀରତାକୁ ବଢ଼ାଇ ଦେଇଛି।

Leave A Reply

Your email address will not be published.