ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବଜ୍ରପାତରେ ୧୦ ଛାତ୍ରଛାତ୍ରୀ ଆହତ

0

ଦେବଗଡ଼: ଶ୍ରେଣୀ ଗୃହରେ ପାଠ ପଢ଼ା ଚାଲୁଥିବା ବେଳେ ବିଜୁଳି ମାଡରେ ୧୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ।

ଛାତ୍ରଛାତ୍ରୀମାନଙ୍କୁ  ପ୍ରଥମେ ଡାକ୍ତରଖାନାକୁ ନିଆଯାଇ ନଥିଲା। ସ୍କୁଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା। ୩ଜଣ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇଥିବା ବେଳେ ୭ଜଣ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ନିଆଯାଇଛି। କେତେକ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ ଠିକ୍‌ରେ କାମ କରୁନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସ୍କୁଲରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ହଠାତ୍ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ବଜ୍ରପାତରେ ଶ୍ରେଣୀ ଗୃହର ଲାଇଟ୍‌ ଓ ଫ୍ୟାନ ମଧ୍ୟ ପୋଡ଼ିଯାଇଥିଲା। ଏହାସହ ସ୍କୁଲ ଘର ଛାତ କଣା ହୋଇଯାଇଥିଲା। ୧୫ରୁ ଅଧିକ ଜଣ ଛାତ୍ରଛାତ୍ରୀ  ସେହି ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ।

Leave A Reply

Your email address will not be published.