ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ନାବାଳକ ଗୁଳିମାଡରେ ପୁଲିସ ସମେତ ୫ଜଣଙ୍କର ମୃତ୍ୟୁ

0

ଉତ୍ତର ଆମେରିକା: ଗତକାଲି ଉତ୍ତର ଆମେରିକାରେ ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ମେୟର୍‌ ମାରି-ଆନ୍‌ ବାଲ୍‌ଡ୍‌ୱିନ୍‌ କହିଛନ୍ତି। ଏହି ଅଘଟଣରେ ୪ଜଣ ଲୋକ ଆହତ ହୋଇଥିବା କଥା ମଧ୍ୟ ରାଲି ପୁଲିସ କହିଛି।ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ: ଉତ୍ତର-ଆମେରିକାର କ୍ୟାରୋଲିନାରେ ଜଣେ ନାବାଳକର ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଇଲାକାକୁ ସିଲ କରି ଯାଞ୍ଚ ଚଳାଇଛି ପୋଲିସ । ଆକ୍ରମଣକାରୀର ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି ।

ପୋଲିସର ସୂଚନା ମୁତାବକ, ନାବାଳକ ଆକ୍ରମଣକାରୀ ସେନା ବର୍ଦ୍ଦି ପିନ୍ଧି ଜନଗହଳି ମଧ୍ୟକୁ ପ୍ରବେଶ କରିଥିଲା । ହାତରେ ତା’ର ଏକ ଲମ୍ବା ବନ୍ଧୁକ ଥିଲା । କେହି କିଛି ବିଝିବା ଆଗରୁ ଆଖି ବୁଜା ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ପୋଲିସ ଅଧିକାରୀଙ୍କ ସହ ୫ ନାଗରିକ । ଏକାଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.