ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ପହିଲାରୁ ପରିବର୍ତ୍ତନ ହେଲା ୫ ବଡ ନିୟମ

0

ନୂଆଦିଲ୍ଲୀ; ନଭେମ୍ବର ମାସ ପହିଲାରୁ ହେଉଛି ଅନେକ ପରିବର୍ତ୍ତନ । ନଭେମ୍ବର ୧ ଅର୍ଥାତ୍ ଆଜିଠାରୁ ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଏହି ନିୟମ ଦ୍ୱାରା ସାଧାରଣ ଜନତା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଆଜିଠାରୁ ଏଲପିଜି, ବୀମା, ବିଜୁଳି, ରୋଷେଇ ସିଲିଣ୍ଡର ଓଟିପି ବେସଡ୍ ଡେଲିଭରି, ଜିଏସଟି, କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଘଟିବ ।

ପ୍ରଥମରେ– ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ବୀମାକର୍ତ୍ତାମାନେ କେୱାଇସି ଦେବା ବାଧ୍ୟତାମୂଳକ । ପୂର୍ବରୁ ଅଣ ଜୀବନ ବୀମା ପଲିସି କିଣିବା ସମୟରେ କେୱାଇସି ସ୍ୱେଚ୍ଛାକୃତ ଥିଲା, ମାତ୍ର ଏବେ ତାହା ବାଧ୍ୟତାମୂଳକ କରାଯାଇଛି । ଯଦି ବୀମା କ୍ଲେମ ସମୟରେ କେୱାଇସି ଡକ୍ୟୁମେଣ୍ଟ ନଦେବେ ତେବେ କ୍ଲେମ ରଦ୍ଦ ହୋଇଯାଇପାରେ ।

ଦ୍ୱିତୀୟରେ– ତୈଳ କ୍ଷେତ୍ରରୁ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୧୫ ଟଙ୍କା ହ୍ରାସ କରିଛନ୍ତି ପେଟ୍ରୋଲିୟମ କମ୍ପାନୀ । ଅନ୍ୟପକ୍ଷରେ ଘରୋଇ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ଏହି ନୂଆ ନିୟମ ଲାଗୁ ହେବା ପରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୮୫୯.୫୫ରୁ ହ୍ରାସ ପାଇ ୧୭୪୪ ଟଙ୍କାରେ ପହଞ୍ଚିଛି ।

ତୃତୀୟ– ଘରୋଇ ଏଲପିଜି ସିଲିଣ୍ଡରର ଡେଲିଭରି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଣିକି ରୋଷେଇ ସିଲିଣ୍ଡର ବୁକିଂ କରିବା ପରେ ଗ୍ରାହକଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଏହାକୁ ଡେଲିଭରି ବଏକୁ ଶେୟାର କରିବା ପରେ ଯାଇ ସିଲିଣ୍ଡର ଡେଲିଭରି କରାଯିବ ।

ଚତୁର୍ଥରେ – ଆଜିଠାରୁ ଦିଲ୍ଲୀବାସୀଙ୍କ ପାଇଁ ନୂଆ ବିଜୁଳି ନିୟମ ଲାଗୁ କରାଯାଉଛି । ଏଣିକି ବାଧ୍ୟତାମୂଳକ କରାଯାଇଛି ବିଜୁଳି ସବସିଡିର ରେଜିଷ୍ଟ୍ରେସନ । ଯେଉଁମାନେ ବିଜୁଳି ସବସିଡିର ରେଜିଷ୍ଟ୍ରେସନ କରିନଥିବେ, ସେମାନଙ୍କୁ ବିଜୁଳି ସବସିଡି ମିଳିବ ନାହିଁ । ତେବେ ରେଜିଷ୍ଟ୍ରେସନ ପାଇଁ ଅନ୍ତିମ ତାରିଖ ଗତ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ପଞ୍ଚମରେ– ଆଜିଠାରୁ ଜିଏସଟିରେ ପରିବର୍ତ୍ତନ ହୋଇଛି । ଏଣିକି ୫ କୋଟି ଟଙ୍କାରୁ କମ୍ ଟର୍ଣ୍ଣଓଭର କରୁଥିବା କରଦାତାଙ୍କୁ ଜିଏସଟି ରିଟର୍ଣ୍ଣ କ୍ଷେତ୍ରରେ ଚାରି ଅଙ୍କ ବିଶିଷ୍ଟ ଏଚଏସଏନ କୋର୍ଡ ଲେଖିବା ବାଧ୍ୟତାମୂଳକ ହେବ । ଏହା ପୂର୍ବରୁ ଦୁଇ ଅଙ୍କ ପାଇଁ ଏଚଏସଏନ କୋର୍ଡ ଦିଆଯାଉଥିଲା ।

Leave A Reply

Your email address will not be published.