ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଅଁଳାନବମୀରେ ଶ୍ରୀରାଧାଙ୍କ ପାଦ ଛୁଇଁପାରିବେନି ଶ୍ରଦ୍ଧାଳୁ

0

ସାକ୍ଷୀଗେପୋଳ; ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ସାକ୍ଷୀଗୋପାଳର ଶ୍ରୀରାଧାଙ୍କ ପାଦ ଦର୍ଶନ ବା ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ । ଏଥିପାଇଁ ବୋହୂ ପରି ସଜେଇ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପଳରେ ଥିବା ସାକ୍ଷୀଗୋପୀନାଥ ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । କିନ୍ତୁ ଏଥର ଅଁଳାନବମୀରେ ଭକ୍ତଙ୍କୁ ରାଧା ପାଦ ଦର୍ଶନ ସୁଯୋଗ ମିଳିଥିଲେ ବି ଛୁଇଁବା ପାଇଁ ଅନୁମତି ମିଳିନାହିଁ ।

ସାକ୍ଷୀଗୋପାଳରେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ ବୋଲି କହିଛନ୍ତି ପୁରୀ ଏସପି । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସଙ୍କୁ ମୁତୟନ କରାଯାଇଛି । ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ । ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । କାଲିର ସ୍ଥିତି ଉପରେ ନଜର ରଖିବେ ଏସପି।

କାହିଁ କେଉଁ କାଳରୁ ପ୍ରତିବର୍ଷ ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥି ଅଁଳାନଵମୀ ଅବସରରେ ବର୍ଷକୁ ଥରେ ଶ୍ରୀରାଧା ପାଦଦର୍ଶନ ଦେଖିବାର ସୌଭାଗ୍ୟ ମିଳିଥାଏ I ଆସନ୍ତା କାଲି ବା ନଭେମ୍ବର ୨ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ଏହି ଦୁର୍ଲଭ ଦର୍ଶନ । ଦୁଇ ବର୍ଷ ପରେ ଏହି ସୁଯୋଗ ଆସିଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡଲାଗିବ।

Leave A Reply

Your email address will not be published.