ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଅଁଳାନବମୀରେ ଶ୍ରୀରାଧାଙ୍କ ପାଦ ଛୁଇଁପାରିବେନି ଶ୍ରଦ୍ଧାଳୁ

0

ସାକ୍ଷୀଗେପୋଳ; ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ସାକ୍ଷୀଗୋପାଳର ଶ୍ରୀରାଧାଙ୍କ ପାଦ ଦର୍ଶନ ବା ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ । ଏଥିପାଇଁ ବୋହୂ ପରି ସଜେଇ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପଳରେ ଥିବା ସାକ୍ଷୀଗୋପୀନାଥ ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । କିନ୍ତୁ ଏଥର ଅଁଳାନବମୀରେ ଭକ୍ତଙ୍କୁ ରାଧା ପାଦ ଦର୍ଶନ ସୁଯୋଗ ମିଳିଥିଲେ ବି ଛୁଇଁବା ପାଇଁ ଅନୁମତି ମିଳିନାହିଁ ।

ସାକ୍ଷୀଗୋପାଳରେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ ବୋଲି କହିଛନ୍ତି ପୁରୀ ଏସପି । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସଙ୍କୁ ମୁତୟନ କରାଯାଇଛି । ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ । ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । କାଲିର ସ୍ଥିତି ଉପରେ ନଜର ରଖିବେ ଏସପି।

କାହିଁ କେଉଁ କାଳରୁ ପ୍ରତିବର୍ଷ ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥି ଅଁଳାନଵମୀ ଅବସରରେ ବର୍ଷକୁ ଥରେ ଶ୍ରୀରାଧା ପାଦଦର୍ଶନ ଦେଖିବାର ସୌଭାଗ୍ୟ ମିଳିଥାଏ I ଆସନ୍ତା କାଲି ବା ନଭେମ୍ବର ୨ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ଏହି ଦୁର୍ଲଭ ଦର୍ଶନ । ଦୁଇ ବର୍ଷ ପରେ ଏହି ସୁଯୋଗ ଆସିଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡଲାଗିବ।

Leave A Reply

Your email address will not be published.