ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଖୋଲିଲା ଶିମିଳିପାଳ ଓ କୁଳଡିହା ଅଭୟାରଣ୍ୟ

0

ଭୁବନେଶ୍ବର୍; ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଛି ୨ଟି ଅଭୟାରଣ୍ୟ । ଶିମିଳିପାଳ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଏଥିପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ରହିଛି । ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଓଟିଡିସି କିମ୍ବା www.ecotourodisa.com ୱେବସାଇଟରେ ଅନଲାଇନରେ କଟେଜ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ । ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।

ସେପଟେ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ନୀଳଗିରିରେ ଥିବା କୁଳଡିହା ଅଭୟାରଣ୍ୟ । ଏଥର କୁଳଡିହାକୁ ଆସିଥିବା ନୀଳଗାଈ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ । ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଅଭୟାରଣ୍ୟରେ ଦେଶୀ ବିଦେଶୀ ପକ୍ଷୀ ସମେତ ସମ୍ବର,ଗୁରାଣ୍ଡି, କୁଟାରୀ,ହରିଣ,ମଇଁଷି ,ବାଘ,ଭାଲୁ,ହାତୀ ସମେତ ବଣୁଆ କୁକୁର ଓ ବହୁ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଅଭୟାରଣ୍ୟ ଖୋଲିଛି । ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ତମ୍ବୁ ଘରର ଵ୍ୟଵସ୍ଥା କରାଯାଇ ଥିବା ବେଳେ ମୋଟର ବୋଟିଂର ଵ୍ୟଵସ୍ଥା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ପିଛା ୪୦ ଟଙ୍କା, ଚାରିଚକିଆ ଯାନ ପିଛା ୧୦୦ ଟଙ୍କା ଓ କ୍ୟାମେରା ପାଇଁ ୫୦ ଟଙ୍କା ପୈଠ କରିବାକୁ ପଡିବ । ଚଳିତ ବର୍ଷ ପୂର୍ବ ତୁଳନାରେ ବହୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.