ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଡିସେମ୍ବର ୫ରେ ମୈନ୍‌ପୁରୀ ଲୋକସଭା ଓ ୫ଟି ରାଜ୍ୟ ବିଧାନସଭା ଆସନ‌ ପାଇଁ ଉପନିର୍ବାଚନ

0

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ ୫ଟି ରାଜ୍ୟର ୫ଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ହେବ। ଆଜି ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନରେ ଗ୍ରହଣ କରାଯିବାକୁ ଥିବା ଭୋଟ୍‌ଗୁଡ଼ିକର ଗଣନା ଡିସେମ୍ବର ୮ ତାରିଖ ଦିନ କରାଯିବ।

ଉଲ୍ଲେଖଯୋଗ୍ୟ, ସାମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଯୋଗୁଁ ମୈନପୁରୀ ଲୋକସଭା ଆସନ ଖାଲିପଡ଼ିଥିଲା। ସେହିପରି, ୨୦୧୯ ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା ପାଇବା ପରେ ସମାଜବାଦୀ ପାର୍ଟିର ବିଧାୟକ ଆଜମ୍‌ ଖାଁ ଅଯୋଗ୍ୟ ହେବାରୁ ରାମପୁର ବିଧାନସଭା ଆସନ ଖାଲି ପଡ଼ିଛି।

ଏହାଛଡା;, ଡିସେମ୍ବର ୫ ତାରିଖ ଦିନ ଓଡ଼ିଶାର ପଦ୍ମପୁର, ରାଜସ୍ଥାନର ଶରଦାରଶାହାର, ବିହାରର କୁରାହ୍‌ନି ଏବଂ ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଆସନ ନିମନ୍ତେ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ନିମନ୍ତେ ‘ଗେଜେଟ୍‌ ନୋଟିଫିକେସନ୍‌’ ଜାରି କରାଯିବ। ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହେବ ନଭେମ୍ବର ୧୭। ନଭେମ୍ବର ୧୮ରେ ପ୍ରାର୍ଥପତ୍ର ଯାଞ୍ଚ ଏବଂ ନଭେମ୍ବର ୨୧ ହେବ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ।

Leave A Reply

Your email address will not be published.