ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଡିସେମ୍ବର ୫ରେ ମୈନ୍‌ପୁରୀ ଲୋକସଭା ଓ ୫ଟି ରାଜ୍ୟ ବିଧାନସଭା ଆସନ‌ ପାଇଁ ଉପନିର୍ବାଚନ

0

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ ୫ଟି ରାଜ୍ୟର ୫ଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ହେବ। ଆଜି ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନରେ ଗ୍ରହଣ କରାଯିବାକୁ ଥିବା ଭୋଟ୍‌ଗୁଡ଼ିକର ଗଣନା ଡିସେମ୍ବର ୮ ତାରିଖ ଦିନ କରାଯିବ।

ଉଲ୍ଲେଖଯୋଗ୍ୟ, ସାମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଯୋଗୁଁ ମୈନପୁରୀ ଲୋକସଭା ଆସନ ଖାଲିପଡ଼ିଥିଲା। ସେହିପରି, ୨୦୧୯ ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା ପାଇବା ପରେ ସମାଜବାଦୀ ପାର୍ଟିର ବିଧାୟକ ଆଜମ୍‌ ଖାଁ ଅଯୋଗ୍ୟ ହେବାରୁ ରାମପୁର ବିଧାନସଭା ଆସନ ଖାଲି ପଡ଼ିଛି।

ଏହାଛଡା;, ଡିସେମ୍ବର ୫ ତାରିଖ ଦିନ ଓଡ଼ିଶାର ପଦ୍ମପୁର, ରାଜସ୍ଥାନର ଶରଦାରଶାହାର, ବିହାରର କୁରାହ୍‌ନି ଏବଂ ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଆସନ ନିମନ୍ତେ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ନିମନ୍ତେ ‘ଗେଜେଟ୍‌ ନୋଟିଫିକେସନ୍‌’ ଜାରି କରାଯିବ। ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହେବ ନଭେମ୍ବର ୧୭। ନଭେମ୍ବର ୧୮ରେ ପ୍ରାର୍ଥପତ୍ର ଯାଞ୍ଚ ଏବଂ ନଭେମ୍ବର ୨୧ ହେବ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ।

Leave A Reply

Your email address will not be published.