ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଡିସେମ୍ବର ୫ରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ

0

ପଦ୍ମପୁର; ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର । ଡିସେମ୍ବର ୫ତାରିଖରେ ହେବ ମତଦାନ । ଡିସେମ୍ବର ୫ତାରିଖରେ ଭୋଟ ପଡୁଥିବା ବେଳେ ଡିସେମ୍ବର ୮ତାରିଖରେ ହେବ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏବଂ ନଭେମ୍ବର ୧୦ ତାରିଖରୁ ୧୭ତାରିଖ ଯାଏଁ ଚାଲିବ ନୋମିନେସନ୍ । ୭ଦିନ ଚାଲିବ ନୋମିନେସନ୍ ପ୍ରକ୍ରିୟା । ୧୮ ତାରିଖରେ ନାମାଙ୍କର ପତ୍ର ଯାଞ୍ଚ ହେବ ।

ଆଉ ମାତ୍ର ଗୋଟିଏ ମାସ ରହିଛି ନିର୍ବାଚନ । ପ୍ରତି ରାଜନୈତିକ ଦଳ ପାଇଁ ପ୍ରାର୍ଥୀ ଚୟନ କରିବା ଏବଂ ପ୍ରଚାର ଚ୍ୟାଲେଞ୍ଜ ରହିବ । ତେବେ ପ୍ରାର୍ଥୀ ଚୟନ ପରେ ୨୧ତାରିଖରୁ ୩ ତାରିଖ ଯାଏ ପ୍ରଚାର ଚାଲିବ । ଲୋକଙ୍କ ନିକଟକୁ ଯାଇ ଭୋଟ ହାତେଇବାକୁ ପ୍ରୟାସ କରିବେ ନେତା ମନ୍ତ୍ରୀ ।

Leave A Reply

Your email address will not be published.