ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀରେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

0

ପୁରୀ; ପୁଣି ଅଶାନ୍ତ ହେଲା ପୁରୀ ସହର । ଯୁବ ଆଇନଜୀବୀଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ । ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ଼ ହୋଇଛି।

ଆସନ୍ତାକାଲି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୁରା ପୁରୀ ସହର ହାଇସିକ୍ୟୁରିଟିରେ ରହିଥିବା ବେଳେ ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଦୁଇଟି ବୋମାମାଡ କରି ଫେରାର ହୋଇଯାଇଛନ୍ତି ।ତେବେ ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।ତେବେ କେଉଁ କାରଣ ପାଇଁ ଆଇନଜୀବୀଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।

ସେପଟେ ଘର ପାଖରେ ଲାଗିଥିବା ସିସିଟିଭି କଏଦ ହୋଇଥିବା ବୋମାମାଡ଼ ଦୃଶ୍ୟକୁ ଅନୁଧ୍ୟାନ କରି ପୁଲିସ ତଦନ୍ତ କରୁଛି। ଏଥିସହିତ ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.