ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ହକି ବିଶ୍ବକପ ପାଇଁ ଆଜିଠୁ ଟିକେଟ ବୁକିଂ

0

ଭୁବନେଶ୍ବର; ଜାନୁଆରୀ ୧୩ରୁ ରାଉଲକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏହି ଟୁର୍ଣ୍ଣାମେଣ୍ଟ ୨୯ ତାରିଖରେ ଶେଷ ହେବ । ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବ । ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ଏଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

ଏହାରି ମଧ୍ୟରେ ହକି ବିଶ୍ବକପ ପାଇଁ ଆଜିଠୁ ଅନଲାଇନରେ ଟିକେଟ ପାଇବେ କ୍ରୀଡାପ୍ରେମୀ । ଦିନ ଗୋଟାଏ ପରେ ‘ପେଟିଏମ ଇନସାଇଡ’ www.insider.inର ସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ୍ କିଣିପାରିବେ । ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଟିକେଟର ମୂଲ୍ୟ । ସେହିପରି ଇଷ୍ଟଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏ ଦର ରହିଛି । ଅନ୍ୟମ୍ୟାଚ୍ ପାଇଁ ଟିକେଟ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦ ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ମୂଲ୍ୟ ରହିଛି ।

ତେବେ ଗତକାଲି ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ ପାଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବା ବେଳେ ସାରା ବିଶ୍ବ ହକି ବିଶ୍ବକପ ଦେଖିବା ପାଇଁ ଅପେକ୍ଷା କରି ରହିଛି ।

Leave A Reply

Your email address will not be published.