ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପଡୋଶୀଙ୍କୁ ଚେକ୍ ଦେବ ‘ପ୍ରଳୟ’

0

ନୂଆଦିଲ୍ଲୀ; ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି । ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ‘ପ୍ରଳୟ’ ମିସାଇଲ୍ । ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । DRDO ପକ୍ଷରୁ ଏହି ମିସାଇଲ ନିର୍ମାଣ କରାଯାଇଛି । ଏହାକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର ରହିଛି। ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ୩୫୦ରୁ ୭ଶହ କିଲୋଗ୍ରାମ ବିସ୍ଫୋରକ ବହନ କରିପାରେ ଏହା ଦ୍ୱାରା ଶତ୍ରୁପକ୍ଷର ରାଡାର୍, ଯୋଗାଯୋଗ ଭିତ୍ତିଭୂମି, କମାଣ୍ଡ୍ ଓ କଣ୍ଟ୍ରୋଲ ସେଣ୍ଟର ଏବଂ ଏୟାରଫିଲ୍ଡ ଆଦିକୁ ଟାର୍ଗେଟ୍ କରାଯାଇପାରିବ। ପ୍ରଳୟକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ଼ କରାଯାଇପାରିବ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ହେଉଛି, ଏହା ଆକାଶ ମାର୍ଗରେ ଅଧାବାଟରେ ଗତିପଥ ବଦଳାଇପାରିବ ଏବଂ ଇଣ୍ଟରସେପ୍ଟର ମିସାଇଲ୍‌କୁ ଚକ୍‌ମା ଦେଇପାରିବ। ୨୦୧୫ରେ ପ୍ରଳୟର ନିର୍ମାଣ ଆରମ୍ଭ କରିଥିଲା ଡିଆର୍‌ଡିଓ। ଗତବର୍ଷ ଡିସେମ୍ବରରେ ଦୁଇ ଦୁଇଥର ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ ମିସାଇଲ ପ୍ରଳୟ ଓଜନ ୫ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି । ବାୟୁରେ ଏକ ନିର୍ଦ୍ଦିଷ୍ଟ ଦୂରତା ଭ୍ରମଣ କରିବା ପରେ ଏହାର ଗତି ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଅଛି ।

Leave A Reply

Your email address will not be published.