ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

0

ବରଗଡ; ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । ଆଜିଠାରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ ଧନୁଯାତ୍ରା ଚାଲିବ ।

ଆଜି ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଛି । ଏଥିରେ ଯୋଗ ଦେଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ସାଂସ୍କୃତିକ ଦଳ। ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା ୬ଟାରେ ସେହି ଶୋଭାଯାତ୍ରା ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିଛି ।

ଏହାପରେ ଆରମ୍ଭ ହୋଇଯାଇଛି ଉଦଘାଟନୀ ଉତ୍ସବ। ଉଭୟ ବରଗଡ଼ର ଗୋପପୁର ଓ ମଥୁରାରେ ଲାଗିଛି ଗହଳି । ଓଟ ଓ ହାତୀ ପହଞ୍ଚିସାରିଥିବା ବେଳେ ମିନା ବଜାର ସାଙ୍ଗକୁ ରଙ୍ଗୀନ ଆଲୋକର ସାଜସଜ୍ଜାରେ ଝଲସୁଛି ବରଗଡ଼ ଓ ଅମ୍ବାପାଲି । ଇଲେକ୍ଟ୍ରି ଝୁଲଣା ଓ ଲେଜର ଶୋ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୁରା ସହର ଯେମିତି ସଜେଇ ହୋଇପଡ଼ିଛି । ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପହଞ୍ଚିଛି । ତେଣୁ ଧନୁଯାତ୍ରା କମିଟି ପକ୍ଷରୁ ଏହି ହୀରକ ଜୟନ୍ତୀ ଭଲ ଭାବେ ପାଳନ ପାଇଁ ପୁରା ଯୋଜନା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.