ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

0

ବରଗଡ; ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । ଆଜିଠାରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ ଧନୁଯାତ୍ରା ଚାଲିବ ।

ଆଜି ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଛି । ଏଥିରେ ଯୋଗ ଦେଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ସାଂସ୍କୃତିକ ଦଳ। ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା ୬ଟାରେ ସେହି ଶୋଭାଯାତ୍ରା ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିଛି ।

ଏହାପରେ ଆରମ୍ଭ ହୋଇଯାଇଛି ଉଦଘାଟନୀ ଉତ୍ସବ। ଉଭୟ ବରଗଡ଼ର ଗୋପପୁର ଓ ମଥୁରାରେ ଲାଗିଛି ଗହଳି । ଓଟ ଓ ହାତୀ ପହଞ୍ଚିସାରିଥିବା ବେଳେ ମିନା ବଜାର ସାଙ୍ଗକୁ ରଙ୍ଗୀନ ଆଲୋକର ସାଜସଜ୍ଜାରେ ଝଲସୁଛି ବରଗଡ଼ ଓ ଅମ୍ବାପାଲି । ଇଲେକ୍ଟ୍ରି ଝୁଲଣା ଓ ଲେଜର ଶୋ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୁରା ସହର ଯେମିତି ସଜେଇ ହୋଇପଡ଼ିଛି । ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପହଞ୍ଚିଛି । ତେଣୁ ଧନୁଯାତ୍ରା କମିଟି ପକ୍ଷରୁ ଏହି ହୀରକ ଜୟନ୍ତୀ ଭଲ ଭାବେ ପାଳନ ପାଇଁ ପୁରା ଯୋଜନା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.