ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ପରଲୋକ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ଅହମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ମା’ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ହୀରାବେନ୍‌ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ୧୦୦ ବର୍ଷୀୟା ହୀରାବେନ୍‌ଙ୍କୁ ଅହମଦାବାଦର ୟୁଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ‌ସେଣ୍ଟର‌‌ରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ତେବେ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଥିଲା। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୋଦୀ ଶେଷ ଥର ପାଇଁ ଗାନ୍ଧିନଗରରେ ତାଙ୍କ ମା’ଙ୍କୁ ଭେଟିଥିଲେ।

Leave A Reply

Your email address will not be published.