ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୧୮ହଜାର କର୍ମଚାରୀ ଛଟେଇ କରିବ ‘ଆମାଜନ୍’

0

ମୁମ୍ବାଇ; ଟ୍ଵିଟର ଏବଂ ମେଟା ପରେ ବିଶ୍ୱର ବଡ କମ୍ପାନୀ ଆମାଜନ ମଧ୍ୟ କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମାନ୍ଦାବାସ୍ଥା କାରଣରୁ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଇ-କମର୍ସ କମ୍ପାନୀ‘ଆମାଜନ୍’ ଘୋଷଣା କରିଛି । କମ୍ପାନୀର ସିଇଓ ଆଣ୍ଡି ଜେସି ଏନେଇ ଘୋଷଣା କରିଛନ୍ତି । କମ୍ପାନୀ ତରଫରୁ ଆଣ୍ଡି ଏକ ନୋଟିସ ଜାରି କରି କହିଛନ୍ତି, ଆମେ ୧୮,୦୦୦ରୁ ଅଧିକ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛୁ । ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ନଭେମ୍ବର ମାସରେ କମ୍ପାନୀ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ମହାମାରୀ ସମୟରେ ‘ଆମାଜନ୍’ ବହୁସଂଖ୍ୟକ କର୍ମଚାରୀଙ୍କୁ ଦ୍ରୁତ ନିଯୁକ୍ତି ଦେଇଥିଲା । ଯାହା ଏବେ କମ୍ପାନୀର ଅଭିବୃଦ୍ଧିର କାରଣ ପାଲଟିଛି। ଏଥିପାଇଁ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ବବ୍ୟାପୀ ‘ଆମାଜନ୍’ ଗ୍ରୁପରେ୧୫ ଲକ୍ଷ କର୍ମଚାରୀ ଥିଲେ। ଆମାଜନର ଅଭିବୃଦ୍ଧି ଦ୍ରୁତ ଭାବେ ହ୍ରାସ ପାଉଥିବାରୁ ହଜାର ହଜାର କର୍ମଚାରୀଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡିବ

ତେବେ ଏହି ଛଟେଇରେ ବେଶୀ ପ୍ରଭାବିତ ହୋଇପାରନ୍ତି ଇ-କମର୍ସ ଏବଂ ଏଚଆର୍ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ । ପୂର୍ବରୁ ନଭେମ୍ବରରେ ମଦ୍ୟ କମ୍ପାନୀ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଥିଲା। ସେପଟେ ଆମାଜନ ସିଇଓ ଆଣ୍ଡି ଜେସିଙ୍କ ଦ୍ବାରା ସୂଚିତ କରାଯାଇଛି ଯେ ଛଟେଇର ଏପରି ନିଷ୍ପତ୍ତି ଆଗକୁ ମଧ୍ୟ ଜାରି ରହିପାରେ । ସେ କହିଛନ୍ତି ଯେ ବର୍ତ୍ତମାନ କମ୍ପାନୀ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ବ୍ୟବସାୟରେ ଅନିଶ୍ଚିତତାର କଳାବାଦଲ ଶେଷ ନହେବା ପର୍ଯ୍ୟନ୍ତ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.