ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ସୋଆ କ୍ୟାମ୍ପସରେ ଲୋକାର୍ପଣ ହେଲା ୫-ଜି ସେବା

0

ଭୁବନେଶ୍ବର; ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ୫-ଜି ସେବା । ଭୁବନେଶ୍ବର ସୋଆ କ୍ୟାମ୍ପସ-୨ରେ ବିଧିବଦ୍ଧ ଭାବେ ୫-ଜି ସେବାର କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏହାକୁ ଲୋକାର୍ପଣ କରିଛନ୍ତି । ଏଥିସହ ରାଜ୍ୟର ଉପାନ୍ତ ଅଞ୍ଚଳଳରେ ବିଏସଏନଏଲ ର ଶହେଟି ୪ଜି ଟାୱାର ଲୋକାର୍ପଣ କରାଯାଇଛି । ଏସବୁ ଟାୱାର ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଶୁଭାରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇପାରିଥିବା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଡ଼ିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଏହା ବଡ଼ ସୁଯୋଗ ଆଣି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।ଓଡ଼ିଶାରେ ୫-ଜି ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି । ଏଥିପାଇଁ ୨ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି। ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫-ଜି ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

ଆଜି ଉଭୟ ଜିଓ ଏବଂ ଏୟାରଟେଲ ପକ୍ଷରୁ ଟୁଇନସିଟି ଭୁବନେଶ୍ୱର ଓ କଟକରେ ଫାଇଭ୍-ଜି ସେବା ଆରମ୍ଭ ହୋଇଛି । ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ଫାଇଭ୍-ଜି ଆରମ୍ଭ କରିବ। ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ୫-ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ୟପଟେ ୫-ଜି ଯୋଗାଇ ଦେବାକୁ ରାଜ୍ୟରେ ୫୧୦ଟି ବିଟିଏସ୍ ଲଗାଯାଇଛି। ୪ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍।

Leave A Reply

Your email address will not be published.