ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସୋଆ କ୍ୟାମ୍ପସରେ ଲୋକାର୍ପଣ ହେଲା ୫-ଜି ସେବା

0

ଭୁବନେଶ୍ବର; ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ୫-ଜି ସେବା । ଭୁବନେଶ୍ବର ସୋଆ କ୍ୟାମ୍ପସ-୨ରେ ବିଧିବଦ୍ଧ ଭାବେ ୫-ଜି ସେବାର କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏହାକୁ ଲୋକାର୍ପଣ କରିଛନ୍ତି । ଏଥିସହ ରାଜ୍ୟର ଉପାନ୍ତ ଅଞ୍ଚଳଳରେ ବିଏସଏନଏଲ ର ଶହେଟି ୪ଜି ଟାୱାର ଲୋକାର୍ପଣ କରାଯାଇଛି । ଏସବୁ ଟାୱାର ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଶୁଭାରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇପାରିଥିବା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଡ଼ିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଏହା ବଡ଼ ସୁଯୋଗ ଆଣି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।ଓଡ଼ିଶାରେ ୫-ଜି ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି । ଏଥିପାଇଁ ୨ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି। ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫-ଜି ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

ଆଜି ଉଭୟ ଜିଓ ଏବଂ ଏୟାରଟେଲ ପକ୍ଷରୁ ଟୁଇନସିଟି ଭୁବନେଶ୍ୱର ଓ କଟକରେ ଫାଇଭ୍-ଜି ସେବା ଆରମ୍ଭ ହୋଇଛି । ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ଫାଇଭ୍-ଜି ଆରମ୍ଭ କରିବ। ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ୫-ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ୟପଟେ ୫-ଜି ଯୋଗାଇ ଦେବାକୁ ରାଜ୍ୟରେ ୫୧୦ଟି ବିଟିଏସ୍ ଲଗାଯାଇଛି। ୪ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍।

Leave A Reply

Your email address will not be published.