ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

0

ରାଜନଗର; ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ଗତବର୍ଷ ପକ୍ଷୀ ୧୪୪ ପ୍ରଜାତିର ମୋଟ ୧ଲକ୍ଷ ୩୮ହଜାର ୧୦୭ ଟି ପକ୍ଷୀ ଆସିଥିଲେ ।

ଚଳିତ ବର୍ଷ ଅଧିକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ । ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୭ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମ୍ ରେ ୪ ରୁ ୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି ଗଣନା ପାଇଁ ଗତକାଲି ରାଜନଗର ବନଖଣ୍ଡ କାର୍ଯ୍ୟାଳୟରେ ପ୍ରାଣୀ ବିଜ୍ଞାନୀ ଡଃ ଶିବ ପ୍ରସାଦ ପରିଡା ଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ରାଜନଗର ବନଖଣ୍ଡ ର ୫ଟି ରେଞ୍ଜରେ ଗଣନା କରାଯାଉଛି। ଭିତରକନିକା,ଗହୀରମଥା ଖୋଳା,ସାତଭାୟା ,ରାଜନଗର,ଚିଞ୍ଚିରି ମୁହାଣ, ଧାମରା ମୁହାଣ ଓ ପାରାଦୀପ ଆଦି ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି ।

ସେପଟେ ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ ଆଜିଠୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣନାରେ ମୋଟ ୧୨ ଟି ଟିମ ସାମିଲ ହୋଇଛନ୍ତି । ସେହିପରି ମୟୂରଭଞ୍ଜ କରଞ୍ଜିଆରେ କୁମ୍ଭୀର ଗଣନା ଆରମ୍ଭ । ଜିଲ୍ଲାର ସମୁଦାୟ ୧୮ଟି ଜାଗାରେ ଗଣନା ଆରମ୍ଭ ହେବ । କୁମ୍ଭୀର ଗଣନା ପାଇଁ ମୋଟ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି

Leave A Reply

Your email address will not be published.