ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

0

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ନୋଏଡାରେ ଥିବା ମାରିଅନ୍‌ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି । ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ ବାରଣ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଏପର୍ଯ୍ୟନ୍ତ ମାରିଅନ୍ ଏହି ଉତ୍ପାଦଗୁଡିକର ସୁରକ୍ଷା ଏବଂ ଗୁଣବତ୍ତା ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୁ ଗ୍ୟାରେଣ୍ଟି ପ୍ରଦାନ କରି ନାହିଁ ବୋଲି ଏଜେନ୍ସି କହିଛି।ଏହି ଔଷଧ ଜୀବନ ପ୍ରତି ବିପଦ । ଦୁଇଟି ଔଷଧ ହେଲା ଆବ୍ରୋନଲ ସିରପ ଏବଂ ଡକ୍‌ ଓ୍ବାନ ମାକ୍ସ ସିରପ । ଏହି ଦୁଇଟି ସିରପର ବ୍ୟବହାର ସୁରକ୍ଷିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୌଣସି ପ୍ରକାର ଗ୍ୟାରେଣ୍ଟି ଦେଇନାହିଁ ।

ପୂର୍ବରୁ ମାରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ଖାଇ ଉଜବେକିସ୍ତାନର ୧୮ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଉଜବେକିସ୍ତାନରେ ମୃତ୍ୟୁର ଖବର ହେବାର କିଛି ସମୟ ପରେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କମ୍ପାନୀରେ ଉତ୍ପାଦନ ସ୍ଥଗିତ ରଖିଥିଲା। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତର ଉତ୍ତରପ୍ରଦେଶ ରାଜ୍ୟ ମାରିଅନଙ୍କ ଉତ୍ପାଦନ ଲାଇସେନ୍ସକୁ ସ୍ଥଗିତ ରଖିଛି।

Leave A Reply

Your email address will not be published.