ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଆଜିଠୁ ଶିଶିର ସରସ ମେଳା

0

ଭୁବନେଶ୍ବର; ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ଜାନୁୟାରୀ ୨୯ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଏହି ମେଳା ୩୫୦ ଷ୍ଟଲକୁ ନେଇ ଚାଲିବ । ଯେଉଁଥିରେ ଓଡ଼ିଶାର ସମସ୍ତ ୩0 ଟି ଜିଲ୍ଲାରୁ ଏସ୍.ଏଚ୍.ଜି ମାନଙ୍କର ହାତ ତିଆରି ସାମଗ୍ରୀ ସହିତ ୨୪ଟି ରାଜ୍ୟର ହସ୍ତଶିଳ୍ପ, ଖାଦ୍ୟ ମସଲା ଏବଂ ଅନ୍ୟାନ୍ୟ ଷ୍ଟଲ ରହିବ ।

ପ୍ରତି ସନ୍ଧ୍ୟାରେ ଜମିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ମେଳାରେ ପ୍ରଖ୍ୟାତ ଗାୟକ ଋତୁରାଜ ମହାନ୍ତିଙ୍କ ସହିତ ଓଡିଆ ସଙ୍ଗୀତ ଜଗତର ବହୁ ନାମୀଦାମି ଗାୟକ – ଗାୟିକା ଓ ନୃତ୍ୟଶିଳ୍ପୀଙ୍କୁ ଦେଖିବାକୁ ମିଳିବ । ଭୁବନେଶ୍ବର ୨୦୨୩ ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଶିଶିର ସରସ -୨୦୨୩ ।

ତେବେ ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ପଡିଆରେ ହକି ବିଶ୍ୱକପର ମ୍ୟାଚ ଲାଇଭ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ହକି ବିଶ୍ୱକପ ପାଇଁ ରାଉରକେଲାରେ ଜାନୁଆରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଆଞ୍ଚଳିକ ସରସ ମେଳା ।

Leave A Reply

Your email address will not be published.