ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜିଠୁ ଶିଶିର ସରସ ମେଳା

0

ଭୁବନେଶ୍ବର; ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ଜାନୁୟାରୀ ୨୯ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଏହି ମେଳା ୩୫୦ ଷ୍ଟଲକୁ ନେଇ ଚାଲିବ । ଯେଉଁଥିରେ ଓଡ଼ିଶାର ସମସ୍ତ ୩0 ଟି ଜିଲ୍ଲାରୁ ଏସ୍.ଏଚ୍.ଜି ମାନଙ୍କର ହାତ ତିଆରି ସାମଗ୍ରୀ ସହିତ ୨୪ଟି ରାଜ୍ୟର ହସ୍ତଶିଳ୍ପ, ଖାଦ୍ୟ ମସଲା ଏବଂ ଅନ୍ୟାନ୍ୟ ଷ୍ଟଲ ରହିବ ।

ପ୍ରତି ସନ୍ଧ୍ୟାରେ ଜମିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ମେଳାରେ ପ୍ରଖ୍ୟାତ ଗାୟକ ଋତୁରାଜ ମହାନ୍ତିଙ୍କ ସହିତ ଓଡିଆ ସଙ୍ଗୀତ ଜଗତର ବହୁ ନାମୀଦାମି ଗାୟକ – ଗାୟିକା ଓ ନୃତ୍ୟଶିଳ୍ପୀଙ୍କୁ ଦେଖିବାକୁ ମିଳିବ । ଭୁବନେଶ୍ବର ୨୦୨୩ ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଶିଶିର ସରସ -୨୦୨୩ ।

ତେବେ ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ପଡିଆରେ ହକି ବିଶ୍ୱକପର ମ୍ୟାଚ ଲାଇଭ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ହକି ବିଶ୍ୱକପ ପାଇଁ ରାଉରକେଲାରେ ଜାନୁଆରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଆଞ୍ଚଳିକ ସରସ ମେଳା ।

Leave A Reply

Your email address will not be published.