ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ

0

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ । ଗୁରିଡିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଛି । ମଙ୍ଗଳାବାଗ ଥାନା ଆଇଆଇସି ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ଦେହରେ ଅନେକଗୁଡ଼ିଏ କ୍ଷତ ଚିହ୍ନ ଏବଂ ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଥିବାର ସୂଚନା ମିଳିଛି। ଏଣୁ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି।

କେମିତି ଓ କେଉଁ ପରିସ୍ଥିତିରେ ମୃତଦେହ ମିଳିଛି ସେ ନେଇ ତଦନ୍ତ ଚାଲିଛି । କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପରୁ ସେ ଘରକୁ ଯାଉଥିବା କହି ଫେରିନଥିଲେ । ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଥିଲା । ତାଙ୍କ ମୋବାଇଲ୍ ଫୋନ୍ ଏବେ ସୁଇଚ୍ ଅଫ୍ ରହିଥିଲା । ୧୧ତାରଖରୁ ନିଖୋଜ ନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା ।

ସୂଚନାନୁଯାୟୀ; ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ସ୍ବାଇଁ  ଜଣେ ମହିଳା କ୍ରିକେଟ୍‌ ଖେଳାଳି। ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନିଟି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ।

ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। ଏହି ତାଲିକାରେ ବାଦ୍‌ ପଡ଼ିଥିଲେ ରାଜଶ୍ରୀ। ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍‌ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। କୋଚ୍‌ ପୁଷ୍ପାଞ୍ଜଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

Leave A Reply

Your email address will not be published.