ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଉଦଘାଟିତ ହେଲା ଡଟ୍ ଫେଷ୍ଟ

0

ଭୁବନେଶ୍ବର; ଉତ୍ସବମୁଖର ହୋଇଛି ରାଜଧାନୀ । ଉଦଘାଟିତ ହୋଇଯାଇଛି ଡଟ୍ ଫେଷ୍ଟ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଜି ଉଦଘାଟିତ ହୋଇଥିବା ଏହି ଡଟଫେଷ୍ଟ ୨୯ ତାରିଖ ଯାଏ ଚାଲିବ । ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ବ ପ୍ରଡ଼କ୍ଟ ପ୍ରଦର୍ଶୀତ ହେବ । ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପଟେ ଅନ୍ତଜାର୍ତୀୟ ଖାଦ୍ୟ ମେଳା ସନ୍ଧ୍ୟା ୬ରୁ ଆରମ୍ଭ ହୋଇଛି । ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ମହାମଞ୍ଚରେ ରାତି ୧୦ ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ଦିଶା ପଟାନୀ, ବ୍ଲାକ ସ୍ବାନ ଗ୍ରୁପ, ଗୁରୁ ରାନ୍ଧଓ୍ବା, ପ୍ରିୟା ମାଲିକ, ନୀତି ମୋହନ, ଦିବ୍ୟ କୁମାର, ସୁନୀଲ ଗ୍ରୋଭର, ଶିଳ୍ପା ରାଓ, ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖଓ୍ବିନ୍ଦର ସିଂହ,ଇଣ୍ଡିଆଲ ଆଇଡ଼ଲ ଫେମ ପଓ୍ବନଦୀପ ଓ ଅରୁଣିତା ରାଜଧାନୀବାସୀଙ୍କ ମନ ମୋହିବେ । ଓଡ଼ିଶାର ସୁନାମଧନ୍ୟ ଋତୁରାଜ,ବିଗ ଡ଼ିଲ୍ ରାପର, ସ୍ନିତି ମିଶ୍ର, ଲିସା ମିଶ୍ର, ଅନନ୍ୟା ନନ୍ଦ ଭଳି କଳାକାର ମହାମଞ୍ଚରେ କଳାର ପ୍ରଦର୍ଶନ କରିବେ ।

ଏହି ଡଟ୍ ଫେଷ୍ଟକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହିତ ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ ।

Leave A Reply

Your email address will not be published.