ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୩-୦ରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

0

ନ୍ୟୁଜ୍ ବ୍ୟୁରୋ; ତୃତୀୟ ଦିନିକିଆରେ ଭାରତର ବିରାଟ ବିଜୟ । ଟିମ୍‌ ଇଣ୍ଡିଆ ଘାତକ ବୋଲିଂ ଆଗରେ ଚିତପଟାଙ୍ଗ ମାରିଲା ସିଂହଳ ଟିମ୍ । ୩-୦ରେ ସିରିଜ୍ କବଜ୍ଜା କଲା ରୋହିତ ବାହିନୀ। ଭାରତ ଦେଇଥିବା ୩୯୧ ର ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଶେଷ ମ୍ୟାଚ୍‌ ଜିତିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ ଆଜିର ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଓ ପ୍ଲେୟାର ଅଫ୍‌ ଦ ସିରିଜ୍ ଦୁଇଟି ଯାକ ଟାଇଟଲ ହାତେଇଛନ୍ତି ।

ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ସିଂହଳ ଟିମକୁ ମାତ ଦେବାକୁ ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ୍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ବ୍ୟାଟ୍ସ ମ୍ୟାନ୍‌ ମାନେ ମାତ୍ର ୨୨ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରିଥିଲେ। ମାତ୍ର ୩ ଜଣ ଶ୍ରୀଲଙ୍କା ଖେଳାଳି ୧୦ ରନ୍‌ ଡେଇଁ ପାରିପାରିଥିଲେ। ଦୁଇ ଓପନରଙ୍କୁ ମାତ୍ର ୨୨ ରନ୍‌ ଭିତରେ ସିରାଜ୍ ଆଉଟ୍ କରି ପାଭିଲିୟନ ରାସ୍ତା ଦେଖାଇବା ପଛେପଛେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ି ଚାଲିଥିଲା। ଏହାପରେ ଟିମ ଇଣ୍ଡିଆଠାରୁ ହାରି ଥିଲା ଶ୍ରୀଲଙ୍କା ।
ଆଜିର ମ୍ୟାଚରେ ବିରାଟ କୋହଲି, ଶୁଭମାନ ଗିଲ ବ୍ୟାଟରେ ନିଜର ଦବଦବା ଦେଖାଇଥିଲେ । ଦଳ ପକ୍ଷରୁ କୋହଲି ୧୬୬, ଶୁଭମାନ ଗିଲ ୧୧୬ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସିରାଜଙ୍କ ବୋଲିଂ ସାମ୍ନାରେ ଛିଡା ହୋଇପାରିନଥିଲା ସିଂହଳ ବାହିନୀ । ମାତ୍ର ୨୨ ଓଭରରେ ୭୩ ରନରେ ଅଲଆଉଟ ହୋଇଥିଲା ଦଳ ।

Leave A Reply

Your email address will not be published.