ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମୁକାବିଲା

0

ଇନ୍ଦୋର :  ଆଜି ତୃତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଇନ୍ଦୋରରେ ଖେଳାଯିବ ମ୍ୟାଚ । ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଦୁଇଟି ମ୍ୟାଚ ଜିତି ୩ ଟିକିଆ ସିରିଜ ଉପରେ ପୂର୍ବରୁ କବଜା କରିସାରିଛି ଭାରତ । ତେଣୁ ସିରିଜ୍ କ୍ଲିନସ୍ବିପ୍ ଲକ୍ଷ୍ୟରେ ମ୍ୟାନ ଇନ୍ ବ୍ଲ୍ୟୁ । ଦିନ ୧.୩୦ରେ ଖେଳାଯିବ ମ୍ୟାଚ ।

ପୂର୍ବରୁ ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଭାରତ । ଭ୍ରମଣକାରୀ ଦଳକୁ ୮ ଓ୍ବିକେଟରେ ହରାଇଥିଲା ଟିମ୍ ଇଣ୍ଡିଆ । ସେହିପରି ହାଇଦ୍ରାବାଦରେ ପ୍ରଥମ ଦିନିକିଆକୁ ୧୨ ରନରେ ଜିତିଥିଲା ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜ ପୋଛିବା ଚକ୍କରରେ ଥିବାବେଳେ ସେପଟେ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ଏକଦିବସୀୟ ସିରିଜ ପରେ ଫେବ୍ରୁଆରୀ ୧ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ।

Leave A Reply

Your email address will not be published.