ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମୁକାବିଲା

0

ଇନ୍ଦୋର :  ଆଜି ତୃତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଇନ୍ଦୋରରେ ଖେଳାଯିବ ମ୍ୟାଚ । ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଦୁଇଟି ମ୍ୟାଚ ଜିତି ୩ ଟିକିଆ ସିରିଜ ଉପରେ ପୂର୍ବରୁ କବଜା କରିସାରିଛି ଭାରତ । ତେଣୁ ସିରିଜ୍ କ୍ଲିନସ୍ବିପ୍ ଲକ୍ଷ୍ୟରେ ମ୍ୟାନ ଇନ୍ ବ୍ଲ୍ୟୁ । ଦିନ ୧.୩୦ରେ ଖେଳାଯିବ ମ୍ୟାଚ ।

ପୂର୍ବରୁ ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଭାରତ । ଭ୍ରମଣକାରୀ ଦଳକୁ ୮ ଓ୍ବିକେଟରେ ହରାଇଥିଲା ଟିମ୍ ଇଣ୍ଡିଆ । ସେହିପରି ହାଇଦ୍ରାବାଦରେ ପ୍ରଥମ ଦିନିକିଆକୁ ୧୨ ରନରେ ଜିତିଥିଲା ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜ ପୋଛିବା ଚକ୍କରରେ ଥିବାବେଳେ ସେପଟେ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ଏକଦିବସୀୟ ସିରିଜ ପରେ ଫେବ୍ରୁଆରୀ ୧ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ।

Leave A Reply

Your email address will not be published.