ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କନଷ୍ଟେବଳ ନିଯୁକ୍ତି ନେଇ ୪ବର୍ଷ କୋହଳ ହେଲା ବୟସ ସୀମା

0

କଟକ; କନଷ୍ଟେବଳ ନିଯୁକ୍ତି ପାଇଁ ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମହାମାରୀ କୋଭିଡ୍ ଯୋଗୁଁ ୨୦୨୮ରୁ ୨୦୨୨ ମଧ୍ୟରେ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ହୋଇପାରିନଥିବାରୁ ବୟସ ସୀମାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ହାଇକୋର୍ଟ । ବୟସ ସୀମାକୁ କୋହଳ କରିବା ପାଇଁ ଆଶୟୀମାନେ ହାଇକୋର୍ଟର ଦ୍ୱାରସ୍ଥ କରିଥିଲେ । ଏଥିପାଇଁ ପୁଣି ଥରେ ବିଜ୍ଞାପନ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେହିପରି ଆବେଦନର ଶେଷ ତାରିଖ ଜାନୁୟାରୀ ୨୧ ତାରିଖ ଥିବାବେଳେ ତାହାକୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫେବୃୟାରୀ ୨୦ ତାରିଖରେ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ହେବ । ୪ ହଜାର ୭୯୦ କନଷ୍ଟେବଳ ପଦବୀ ନିଯୁକ୍ତି ପାଇଁ ୨୦୨୨ ଡିସେମ୍ବର ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା ।ଏଥିରେ ପ୍ରାର୍ଥୀ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ନେଇ ଉଲ୍ଲେଖ କରାଯାଇଥିଲା । ଫେବ୍ରୁଆରୀ ୧୦ତାରିଖ ଯାଏଁ ରହିଛି ଆବେଦନ ଅବଧି । ଫେବ୍ରୁଆରୀ ୨୦ରେ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.