ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାଜପଥରେ ମୁଖ୍ୟ ଆକର୍ଷଣ ହେବ ପୁରୀର ସାହିଯାତ

0

ଭୁବନେଶ୍ୱର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଓଡ଼ିଶୀ ନୃତ୍ୟରେ ନାଚିବ ନୂଆଦିଲ୍ଲୀର ରାଜପଥ। ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ପୁରୀର ସାହିଯାତ ଏବଂ କେନ୍ଦୁଝରର ଝୁମର ନୃତ୍ୟ । କଟକ ଏବଂ ଭୁନେଶ୍ବରରେ ଥିବା ଓଡ଼ିଶୀ ନୃତ୍ୟାନୁଷ୍ଠାନ ମାନଙ୍କରୁ ମୋଟ ୯ ଜଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏଥର ବନ୍ଦେ ଭାରତ ନୃତ୍ୟରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ: ରଙ୍ଗଶାଳା ଅନୁଷ୍ଠାନର କଳାକାର ମାନେ ପୁରୀର ପାରମ୍ପରିକ ରାବଣ, ନାଗା ଓ ମେଢ ନୃତ୍ୟ ପରିବେଷଣ କରିବେ । କେନ୍ଦୁଝରର ଝୁମର ନୃତ୍ୟକୁ ମଧ୍ୟ ‘ ବନ୍ଦେ ଭାରତ ‘ ନୃତ୍ୟରେ ସାମିଲ କରାଯାଇଛି । କଳାକାର ମାନଙ୍କ ଦ୍ବାରା ବନ୍ଦେ ଭାରତ ନୃତ୍ୟ ଜରିଆରେ ବସୁଧୈବ କୁଟୁମ୍ବକମ୍ ଓ ୟୁନିଟି ଇନ୍ ଡାଇଭର୍ସିଟି ବାର୍ତ୍ତା ଦିଆଯିବ ।

ଚଳିତ ମାସ ୫ ତାରିଖରୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ନୃତ୍ୟ ତାଲିମ ନେଉଛନ୍ତି ଭାଗ ନେଇଥିବା କଳାକାରମାନେ। ଆଜି ଫୁଲ ଡ୍ରେସ ରିହରର୍ସାଲ୍ ହୋଇଥିବା ବେଳେ କଳାକାର ମାନେ ଏନେଇ ଖୁବ୍ ଉତ୍ସାହିତ ରହିଛନ୍ତି। ପ୍ରଶିକ୍ଷଣ ପାଇଁ ଜଣାଶୁଣା ୪ ଜଣ କୋରିଓ ଗ୍ରାଫରଙ୍କୁ ନିୟୋଜିତ କରାଯାଇଛି । ଏଥିରେ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.