ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଫାଇନାଲରେ ସ୍ଥାନ ପକ୍କା କଲା ବେଲଜିୟମ

0

ଭୁବନେଶ୍ବର: ଆଜି ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଲଢ଼ିଛନ୍ତି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ପେନାଲ୍ଟି ସୁଟ୍ଆଉଟ୍‌ରେ ଫଳାଫଳ ବାହାରିଛି। ଶେଷରେ ବେଲଜିୟମ୍‌ ୨(୩)-୨(୨) ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି।

ତେବେ ବେଲଜିୟମ୍‌ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ବେଲଜିୟମ୍‌ ଓ ଜର୍ମାନି ଆସନ୍ତା ୨୯ ତାରିଖ ଦିନ ରାତି ୭ଟାରେ ଫାଇନାଲ ମ୍ୟାଚ୍‌ ଖେଳିବେ। ଫାଇନାଲ୍‌ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନ ପାଇଁ ୨୯ ତାରିଖ ଅପରାହ୍‌ଣ ସାଢ଼େ ୪ଟାରେ ଲଢ଼ିବେ।

Leave A Reply

Your email address will not be published.