ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଫିଲ୍ମର ନାଁ ଘୋଷଣା କଲେ ଧୋନି

0

ମୁମ୍ବାଇ; ଧୋନି ଏଣ୍ଟରଟେନମେଣ୍ଟ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ନାଁ ଘୋଷଣା କରାଯାଇଛି। ଟ୍ବିଟରେ ଲେଖାଯାଇଛି ‌ଯେ “ଆମେ ସେୟାର କରି ଅତ୍ୟଧିକ ଖୁସି। ଧୋନି ଏଣ୍ଟରଟେନମେଣ୍ଟ୍ର ପ୍ରଥମ ଫିଲ୍ମ ’ଲେଟସ ଗେଟ ମ୍ୟାରେଡ୍’ (ଏଲଜିଏମ୍)। କ୍ରି‌କେଟ ପରେ ଏବେ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିବା ନେଇ ଚର୍ଚ୍ଚାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ମନୋରଞ୍ଜନ ଇଣ୍ଡଷ୍ଟ୍ରି ସହିତ ଅନେକ ଥର ଯୋଡା ଯାଇଛି। କ୍ରିକେଟରେ କ୍ୟାରିୟର ଆରମ୍ଭ କରିବା ସମୟରେ ତାଙ୍କ ନାମ ବିଭିନ୍ନ ଅଭିନେତ୍ରୀମାନଙ୍କ ସହ ଯୋଡା ଯାଇଥିବାବେଳେ ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି।

ସୂଚନାଅନୁଯାୟୀ, ୨୦୧୯ରେ ମହେନ୍ଦ୍ର ସିଂହ ଧୋନି, ଧୋନି ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଆରମ୍ଭ କରିଥିଲେ। ଏହାକୁ ମହେନ୍ଦ୍ର ସିଂହ ଧୋନି ତାଙ୍କ ପତ୍ନୀ ସାକ୍ଷୀଙ୍କ ସହିତ ମିଶି ଚଳାଉଥିବା ବେଳେ ଧୋନି ଏବେ ପ୍ରଯୋଜକ ଭାବେ ନିଜର ପ୍ରଥମ ତାମିଲ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ହରିଶ କଲ୍ୟାଣ, ଯୋଗୀ ବାବୁ, ଅଭିନେତ୍ରୀ ଇଭାନା, ଓ ନାଦିଆ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.