ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଫିଲ୍ମର ନାଁ ଘୋଷଣା କଲେ ଧୋନି

0

ମୁମ୍ବାଇ; ଧୋନି ଏଣ୍ଟରଟେନମେଣ୍ଟ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ନାଁ ଘୋଷଣା କରାଯାଇଛି। ଟ୍ବିଟରେ ଲେଖାଯାଇଛି ‌ଯେ “ଆମେ ସେୟାର କରି ଅତ୍ୟଧିକ ଖୁସି। ଧୋନି ଏଣ୍ଟରଟେନମେଣ୍ଟ୍ର ପ୍ରଥମ ଫିଲ୍ମ ’ଲେଟସ ଗେଟ ମ୍ୟାରେଡ୍’ (ଏଲଜିଏମ୍)। କ୍ରି‌କେଟ ପରେ ଏବେ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିବା ନେଇ ଚର୍ଚ୍ଚାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ମନୋରଞ୍ଜନ ଇଣ୍ଡଷ୍ଟ୍ରି ସହିତ ଅନେକ ଥର ଯୋଡା ଯାଇଛି। କ୍ରିକେଟରେ କ୍ୟାରିୟର ଆରମ୍ଭ କରିବା ସମୟରେ ତାଙ୍କ ନାମ ବିଭିନ୍ନ ଅଭିନେତ୍ରୀମାନଙ୍କ ସହ ଯୋଡା ଯାଇଥିବାବେଳେ ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି।

ସୂଚନାଅନୁଯାୟୀ, ୨୦୧୯ରେ ମହେନ୍ଦ୍ର ସିଂହ ଧୋନି, ଧୋନି ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଆରମ୍ଭ କରିଥିଲେ। ଏହାକୁ ମହେନ୍ଦ୍ର ସିଂହ ଧୋନି ତାଙ୍କ ପତ୍ନୀ ସାକ୍ଷୀଙ୍କ ସହିତ ମିଶି ଚଳାଉଥିବା ବେଳେ ଧୋନି ଏବେ ପ୍ରଯୋଜକ ଭାବେ ନିଜର ପ୍ରଥମ ତାମିଲ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ହରିଶ କଲ୍ୟାଣ, ଯୋଗୀ ବାବୁ, ଅଭିନେତ୍ରୀ ଇଭାନା, ଓ ନାଦିଆ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.