ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ପରଲୋକରେ ହୁସେନ ରବି ଗାନ୍ଧୀ

0

କଟକ: ପରଲୋକରେ ହୁସେନ ରବି ଗାନ୍ଧୀ। ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ହୁସେନ ରବି ଗାନ୍ଧୀଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜର ଶୋକବାର୍ତ୍ତାରେ କହିଛନ୍ତି।

ସୂଚନାନୁସାରେ; ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ସେ ୧୩ଟି ପୁସ୍ତକର ରଚୟିତା। ଏଥିମଧ୍ୟରେ ମୁକ୍ତ ପୂର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ ଓ ଆଜିର ଗଳ୍ପ ଓ ଗଳ୍ପ ସମ୍ଭାର ଆଦି ବେଶ୍ ଚର୍ଚ୍ଚିତ। ହୁସେନ ରବି ଗାନ୍ଧୀ ‘ଉତ୍କଳ ପ୍ରସଙ୍ଗ’ର ବି ସଂପାଦନା କରିଥିଲେ।

ଛାତ୍ର ଜୀବନରୁ ହୁସେନ ରବି ଗାନ୍ଧୀ ରାଜନୀତିରେ ସକ୍ରିୟ ଥିଲେ। ସେ ସମ୍ବଲପୁରର ଗଙ୍ଗାଧର ମହାବିଦ୍ୟାଳୟର ସଭାପତି ନିର୍ବାଚିତ ହୋଇଥିଲେ। ତେବେ ୧୯୮୫ ବିଧାନସଭା ନିର୍ବାଚନରେ ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ଜାଗ୍ରତ ଓଡ଼ିଶାର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇ ହୋଇଥିଲେ। ଏହାପରେ ୧୯୮୮ରେ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଥିଲା। ୧୯୯୮ରେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନଠାରୁ ୨୦୦୫ ଯାଏ ସେ ବିଜେଡିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.