ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

0

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ପରମ୍ପରା ଅନୁସାରେ ଗତକାଲି ତିନି ଠାକୁର କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରିଥିଲେ। ମଧ୍ୟରାତ୍ରରେ ଭୋଗ ମଣ୍ଡପରେ ଭୋଗ ଖାଇଥିଲେ। ପରେ ମିଳିତ ଭାବେ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ଗସ୍ତ କରି ବିଳମ୍ବିତ ରାତିରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋରରେ ତିନି ଠାକୁରଙ୍କ ମହାସ୍ନାନ ପରେ ଭକ୍ତମାନେ ବୁଡ଼ ପକାଇଥିଲେ।

ଭୋର ୪ଟା ୪୦ରେ ବୁଡ଼ ପକାଇବା ପରେ ସେମାନେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ଧରି ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଲଗାଇଥିଲା। ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ବୁଡ଼ପକାଇବାର ସୌଭାଗ୍ୟ ଲାଭ କରିଥିବାରୁ ଖୁବ୍ ଉତ୍ସାହିତ ଥିବା ଜଣାଯାଇଛି।

ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ଭୋର ସୟରୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନଡିଆରଏଫ୍, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସୂର୍ଯ୍ୟପୂଜାର ପରମ୍ପରାକୁ ଆଧାର କରି ଏହି ବୁଡ଼ ଅନୁଷ୍ଠିତ ହେଉଛି। ଗତକାଲି ଷଷ୍ଠୀ ତିଥିରେ ମେଳା ପଡ଼ିଆରେ ମହିଳାମାନେ ମାଟି ହାଣ୍ଡିରେ ଶୁଖୁଆ ଡାଲମା, ଭାତ ଓ ଖେଚେଡ଼ି ରାନ୍ଧୁଥିବାର ଦେଖାଯାଇଥିଲା। ଏହାର କିଛି ଅଂଶକୁ ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରିବା ପରେ ବଳାକା ଅଂଶକୁ ନିଜେ ଭୋଜନ କରିଥାନ୍ତି। ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ମାଘ ସପ୍ତମୀ ପ୍ରତ୍ୟୁଷରୁ ତୀର୍ଥ ସ୍ନାନପରେ ସୂର୍ଯ୍ୟପୂଜା କରିଥାନ୍ତି। ଆଜି ଦିନକ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

Leave A Reply

Your email address will not be published.