ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା

0

ଭୁବନେଶ୍ବର; ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା। ଗାଡ଼ି ମାଲିକଙ୍କ ବିରୋଧରେ ଚାଲାଣ କାଟିଲାଣି ପରିବହନ ବିଭାଗ। ଗତ ୧୧ ଦିନ ମଧ୍ୟରେ ୨୬୭୪ଟି ଯାନ ନାଁରେ ଚାଲାଣ କଟାଗଲାଣି। ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡ୍ ଲାଇନ ସରିଥିବାରୁ କଟାଯାଉଛି ଚାଲାଣ। କେବଳ ୯ ଓ ୦ ପାଇଁ ଶେଷ ତାରିଖ ରହିଛି ଫେବ୍ରୁଆରୀ ୨୮। ୨୦୨୨ ମସିହା ଜୁନ୍‌ ୧ ତାରିଖ ପୂର୍ବରୁ ରାଜ୍ୟ ପରିବହନ ବିଭାଗ ସମସ୍ତ ଶ୍ରେଣୀ ଯାନ ପାଇଁ HSRP ବାଧ୍ୟତାମୂଳକ କରିଛନ୍ତି। ଯାହା ୨୦୧୯ ମସିହା ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିଲା।

ସୂଚନାନୁସାରେ; ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ କହିଛନ୍ତି, ୨୦୨୩ ମସିହା ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ମୋଟ୍‌ ୩୮,୪୯,୪୯୮ ଜଣ ଗାଡି ମାଲିକ ସ୍ଲଟ୍‌ ବୁକ କରିଛନ୍ତି। ସେଥିମଧ୍ୟରୁ ୩୧,୬୫,୮୫୦ଟି ଗାଡିରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। M.V ର ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍‌ଏସ୍‌ଆର୍‌ପି ସହିତ ସଂଲଗ୍ନ ନହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ। ଜରିମାନା ବାବଦକୁ ୫୦୦୦ ଟଙ୍କା କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି କମିଶନର କହିଛନ୍ତି।

ସେ ଆହୁରି କହିଛନ୍ତି, ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ଯାନ ଅଟେ। ଜରିମାନା ଉଲ୍ଲଂଘନକାରୀଙ୍କ ଉପରେ ୫୦୦୦ ଟଙ୍କା ଲଗାଯାଇଛି। ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଶ୍ରୀ ସେଠୀ କହିଛନ୍ତି, “ଯେଉଁ ଗାଡି ମାଲିକମାନେ ଇଣ୍ଟରନେଟର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ’ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା HSRP ସୁବିଧା କେନ୍ଦ୍ର ମାଧ୍ୟମରେ HSRP ପାଇଁ ଆବେଦନ କରିପାରିବେ।”

୨୦୧୯ ଜାନୁଆରୀ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ, ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍‌ ନମ୍ୱର ଥିବା ୧,୨, ୩, ୪, ୫ ଓ ୬ ପୁରୁଣା ଯାନଗୁଡିକରେ HSRP ସଂଲଗ୍ନ କରିବାର ସମୟ ସୀମା ୨୦୨୨ ଡିସେମ୍ୱର ୩୧ ତାରିଖକୁ ଧାର୍ଯ୍ୟ କରାଯାଥିଲା। ଠିକ୍‌ ସେହିପରି ୭ ଓ ୮ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଛି। ୯ ଓ 0 ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ HSRP ସଂଲଗ୍ନ କରିବାର ଶେଷ ତାରିଖ ୨୦୨୩ ମସିହା ଫେବ୍ରୁଆରୀ ୨୮ ତାରିଖ ରହିଛି

ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଅଧିକାରୀମାନେ ଜାନୁଆରୀରେ ମୋଟର ଯାନ ନିୟମ ଉଲ୍ଲଂଘନ କରିଥିବା ଗାଡି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌ କରିଥିଲା।

Leave A Reply

Your email address will not be published.