ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା

0

ଭୁବନେଶ୍ବର; ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା। ଗାଡ଼ି ମାଲିକଙ୍କ ବିରୋଧରେ ଚାଲାଣ କାଟିଲାଣି ପରିବହନ ବିଭାଗ। ଗତ ୧୧ ଦିନ ମଧ୍ୟରେ ୨୬୭୪ଟି ଯାନ ନାଁରେ ଚାଲାଣ କଟାଗଲାଣି। ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡ୍ ଲାଇନ ସରିଥିବାରୁ କଟାଯାଉଛି ଚାଲାଣ। କେବଳ ୯ ଓ ୦ ପାଇଁ ଶେଷ ତାରିଖ ରହିଛି ଫେବ୍ରୁଆରୀ ୨୮। ୨୦୨୨ ମସିହା ଜୁନ୍‌ ୧ ତାରିଖ ପୂର୍ବରୁ ରାଜ୍ୟ ପରିବହନ ବିଭାଗ ସମସ୍ତ ଶ୍ରେଣୀ ଯାନ ପାଇଁ HSRP ବାଧ୍ୟତାମୂଳକ କରିଛନ୍ତି। ଯାହା ୨୦୧୯ ମସିହା ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିଲା।

ସୂଚନାନୁସାରେ; ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ କହିଛନ୍ତି, ୨୦୨୩ ମସିହା ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ମୋଟ୍‌ ୩୮,୪୯,୪୯୮ ଜଣ ଗାଡି ମାଲିକ ସ୍ଲଟ୍‌ ବୁକ କରିଛନ୍ତି। ସେଥିମଧ୍ୟରୁ ୩୧,୬୫,୮୫୦ଟି ଗାଡିରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। M.V ର ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍‌ଏସ୍‌ଆର୍‌ପି ସହିତ ସଂଲଗ୍ନ ନହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ। ଜରିମାନା ବାବଦକୁ ୫୦୦୦ ଟଙ୍କା କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି କମିଶନର କହିଛନ୍ତି।

ସେ ଆହୁରି କହିଛନ୍ତି, ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ଯାନ ଅଟେ। ଜରିମାନା ଉଲ୍ଲଂଘନକାରୀଙ୍କ ଉପରେ ୫୦୦୦ ଟଙ୍କା ଲଗାଯାଇଛି। ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଶ୍ରୀ ସେଠୀ କହିଛନ୍ତି, “ଯେଉଁ ଗାଡି ମାଲିକମାନେ ଇଣ୍ଟରନେଟର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ’ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା HSRP ସୁବିଧା କେନ୍ଦ୍ର ମାଧ୍ୟମରେ HSRP ପାଇଁ ଆବେଦନ କରିପାରିବେ।”

୨୦୧୯ ଜାନୁଆରୀ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ, ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍‌ ନମ୍ୱର ଥିବା ୧,୨, ୩, ୪, ୫ ଓ ୬ ପୁରୁଣା ଯାନଗୁଡିକରେ HSRP ସଂଲଗ୍ନ କରିବାର ସମୟ ସୀମା ୨୦୨୨ ଡିସେମ୍ୱର ୩୧ ତାରିଖକୁ ଧାର୍ଯ୍ୟ କରାଯାଥିଲା। ଠିକ୍‌ ସେହିପରି ୭ ଓ ୮ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଛି। ୯ ଓ 0 ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ HSRP ସଂଲଗ୍ନ କରିବାର ଶେଷ ତାରିଖ ୨୦୨୩ ମସିହା ଫେବ୍ରୁଆରୀ ୨୮ ତାରିଖ ରହିଛି

ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଅଧିକାରୀମାନେ ଜାନୁଆରୀରେ ମୋଟର ଯାନ ନିୟମ ଉଲ୍ଲଂଘନ କରିଥିବା ଗାଡି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌ କରିଥିଲା।

Leave A Reply

Your email address will not be published.