ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନ୍‌ସର ଭଲ ହେବ

0

ଭୁବନେଶ୍ୱର , ୧୫/ ୦୨ : ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର (ଡାକ୍ତର) ସରୋଜ ପଣ୍ଡା କହିଛନ୍ତି ।

ବଡ଼ମାନଙ୍କ ତୁଳନାରେ କ୍ୟାନ୍ସର ଚିକିତ୍ସା ସମୟରେ ଶିଶୁମାନଙ୍କ କ୍ଷେତ୍ରରେ ଖୁବ୍ କମ୍ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇଥାଏ ଏବଂ ସେମାନଙ୍କ ଚିକିତ୍ସା ଉତମ ଫଳ ଦେଇଥାଏ ବୋଲି ହସ୍ପିଟାଲ୍‌ରେ ଆନ୍ତର୍ଜାତୀୟ ଶିଶୁ କର୍କଟ ଦିବସ ପାଳନ ଅବସରରେ ପ୍ରଫେସର ପଣ୍ଡା ଏହା କହିଛନ୍ତି । ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲ୍ୟୁକେମିଆ ଅଥବା ରକ୍ତ କର୍କଟ ରୋଗ ଦେଖାଦେଇଥାଏ ଯାହାର କି ଚିକିତ୍ସା ସମ୍ଭବ ଅଟେ ବୋଲି ସେ କହିଛନ୍ତି । ପ୍ରଫେସର ପଣ୍ଡା କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିବା ୧୧୦୦ ଶିଶୁଙ୍କ ଶରୀରରେ କ୍ୟାନ୍ସର ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୦ ଜଣଙ୍କ କ୍ଷେତ୍ରରେ ମେଡିକାଲ୍ ଟିମ୍ ଦ୍ୱାରା ଚିକିତ୍ସା କରାଯାଇଛି । ଏହା ମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ୪୫୦ ଟି ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହ ଚିକିତ୍ସା ହୋଇଥିବା ବେଳେ ୨୧୦ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଛି । ଏହି ୪୫୦ ଜଣ ଶିଶୁ କ୍ୟାନ୍ସର ମୁକ୍ତ ହୋଇଥିବାରୁ ସେମାନେ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ସେ ପ୍ରକାଶ କରି କ୍ୟାନ୍ସର ରୋଗରେ ପୀଡ଼ିତ ସମୁଦାୟ ସଂଖ୍ୟା ମଧ୍ୟରୁ ୫ ପ୍ରତିଶତ ଶିଶୁ ଅଟନ୍ତି ବୋଲି କହିଛନ୍ତି ।

ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଅନ୍ୟ କ୍ୟାନ୍ସରଗୁଡ଼ିକ ହେଲା ଲିମ୍ଫୋମା, ବ୍ରେନ୍ ଟ୍ୟୁମର, ବୋନ୍ ଟ୍ୟୁମର, କିଡ୍‌ନୀ ଓ ଲିଭର ଟ୍ୟୁମର ଏବଂ ରେଟିନୋବ୍ଲାଷ୍ଟୋମା (ଚକ୍ଷୁ ଟ୍ୟୁମର) । କେମୋଥେରାପି, ରେଡିଏସନ୍ ଥେରାପି ଏବଂ ସର୍ଜରୀ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ ବୋଲି ସେ କହିଛନ୍ତି ।
ଥରେ ଚିକିତ୍ସା ଆରମ୍ଭ ହେଲେ ସୁସ୍ଥ ହେବା ନିମନ୍ତେ ଶିଶୁମାନଙ୍କୁ ୬ ମାସରୁ ୨ ବର୍ଷ ସମୟ ଲାଗିଥାଏ ଏବଂ ଏହାର ଚିକିତ୍ସା ଖର୍ଚ୍ଚ ପ୍ରାୟ ୫୦, ୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଛନ୍ତି । ଦେଶରେ ୨୫ ଜଣ ପ୍ରଶିକ୍ଷିତ ଶିଶୁ କ୍ୟାନ୍ସର ବିଶେଷଜ୍ଞ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଓଡ଼ିଶାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ ଏବଂ ଏହି ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ଶିଶୁ କ୍ୟାନ୍‌ସର ଚିକିତ୍ସା ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ ବୋଲି ସେ କହିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାନ୍ସର ମୁକ୍ତ ହୋଇଥିବା ଅଥବା ଚିକିତ୍ସା ଜାରି ରହିଥିବା ପ୍ରାୟ ୧୦୦ ଜଣ ଶିଶୁ ଏବଂ ସେମାନଙ୍କର ପିତାମାତା ସାମିଲ ହୋଇଥିଲେ । ପ୍ରସିଦ୍ଧ ହାସ୍ୟ ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍ ଶିଶୁମାନଙ୍କୁ ନିଜ ଅଭିନୟ ମାଧ୍ୟମରେ ଉତ୍ସାହିତ କରିଥିବା ବେଳେ ଜୀବନ ମିଶ୍ର ମ୍ୟାଜିକ୍ ଶୋ ପ୍ରଦର୍ଶନ କରିଥିଲେ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି ଏବଂ ଇଥ୍ରୀ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତି ରିତୁ ମୋଦି ବକ୍ତବ୍ୟ ପ୍ରଦାନ କରିଥିଲେ । ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଇଥ୍ରୀ ଚାରିଟେବୁଲ୍ ଟ୍ରଷ୍ଟ ଏବଂ ସମ୍ ହସ୍ପିଟାଲ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.