ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଡାକୋଟା ବିମାନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ

0
  • ଐତିହାସିକ ଡାକୋଟା ବିମାନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ଯୁଗ ଯୁଗ ପାଇଁ ଅଦମ୍ୟ ସାହସ, ଓ ଅନନ୍ୟ ପରାକାଷ୍ଠାର ବାର୍ତ୍ତା ଦେଇ ଚାଲିବ ବିଜୁ ବାବୁଙ୍କ ଡାକୋଟା
  • ଭୁବନେଶ୍ୱର – ରଙ୍ଗେଇଲୁଣ୍ଡା ବିମାନସେବା ର ଶୁଭାରମ୍ଭ
  • ବିଧାନ ସଭାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର; ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତି ଉଦ୍ଦେଶ୍ୟରେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ସମର୍ପଣ କରିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆ ମାନଙ୍କ ପାଇଁ ଓ ସାରା ଦେଶ ବାସୀଙ୍କ ପାଇଁ ସମର୍ପିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ବିମାନ କଲିକତା ବିମାନ ବନ୍ଦର ରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନ ବନ୍ଦରକୁ ଅଣା ଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରଦର୍ଶନ କରାଯାଇଛି।

ଏହି ବିମାନରେ ରହିଛି ବିଜୁ ବାବୁଙ୍କର, ଜଣେ ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠା ର କାହାଣୀ। ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ ଇଣ୍ଡୋନେସିଆ ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ସେ କାହାଣୀ ଆଜି ସମସ୍ତେ ଜାଣନ୍ତି। କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀ କୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶା ବାସୀ, ଦେଶ ବାସୀ।

ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବିମାନ ଏବେ ଯୁଗ ଯୁଗ ଧରି ଓଡ଼ିଆ ମାନଙ୍କୁ ସାହସ, ବିରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେଇ ଚାଲିବ। ବିଶ୍ଵ ବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା ବିମାନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଆଜି ବିଧାନ ସଭା ଯାଇ ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.