ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

କେରଳରେ ପ୍ରଥମ କରି ଜଣେ କିନ୍ନର ହେଲେ ଆଇନଜୀବୀ

0

କେରଳ, କେରଳରେ ପ୍ରଥମ କରି ଜଣେ କିନ୍ନର ପଦ୍ମାଲକ୍ଷ୍ମୀ ଆଇନଜୀବୀ ହୋଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ କେରଳର ଆଇନ୍ ମନ୍ତ୍ରୀ ପି ରାଜୀବ ବ୍ୟକ୍ତିଗତ ଭାବେ ପଦ୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପଦ୍ମାଙ୍କ ଫଟୋ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମନ୍ତ୍ରୀ ରାଜୀବଙ୍କ ସୂଚନା ଅନୁଯାୟୀ, ୧୫ ଶହରୁ ଅଧିକ ଆଇନ ପାଠ୍ୟକ୍ରମରେ ଗ୍ରାଜୁଏଟ ଡିଗ୍ରି ହାସଲ କରିଥିବା ବ୍ୟକ୍ତିବିଶେଷ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ପ୍ରମାଣପତ୍ର ବାର କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିଲା। ଏର୍ନାକୁଲମ ସରକାରୀ ଆଇନ କଲେଜରୁ ଡିଗ୍ରି ହାସଲ କରିଛନ୍ତି ପଦ୍ମାଲକ୍ଷ୍ମୀ। ସେ ତାଙ୍କ ଜୀବନର ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆଜି କେରଳର ପ୍ରଥମ କିନ୍ନର ଆଇନଜୀବୀ ହୋଇପାରିଛନ୍ତି। ମନ୍ତ୍ରୀ ଲକ୍ଷ୍ମୀଙ୍କ ସହ ସମସ୍ତ ଯୁବ ଆଇନଜୀବୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.