ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କେରଳରେ ପ୍ରଥମ କରି ଜଣେ କିନ୍ନର ହେଲେ ଆଇନଜୀବୀ

0

କେରଳ, କେରଳରେ ପ୍ରଥମ କରି ଜଣେ କିନ୍ନର ପଦ୍ମାଲକ୍ଷ୍ମୀ ଆଇନଜୀବୀ ହୋଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ କେରଳର ଆଇନ୍ ମନ୍ତ୍ରୀ ପି ରାଜୀବ ବ୍ୟକ୍ତିଗତ ଭାବେ ପଦ୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପଦ୍ମାଙ୍କ ଫଟୋ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମନ୍ତ୍ରୀ ରାଜୀବଙ୍କ ସୂଚନା ଅନୁଯାୟୀ, ୧୫ ଶହରୁ ଅଧିକ ଆଇନ ପାଠ୍ୟକ୍ରମରେ ଗ୍ରାଜୁଏଟ ଡିଗ୍ରି ହାସଲ କରିଥିବା ବ୍ୟକ୍ତିବିଶେଷ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ପ୍ରମାଣପତ୍ର ବାର କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିଲା। ଏର୍ନାକୁଲମ ସରକାରୀ ଆଇନ କଲେଜରୁ ଡିଗ୍ରି ହାସଲ କରିଛନ୍ତି ପଦ୍ମାଲକ୍ଷ୍ମୀ। ସେ ତାଙ୍କ ଜୀବନର ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆଜି କେରଳର ପ୍ରଥମ କିନ୍ନର ଆଇନଜୀବୀ ହୋଇପାରିଛନ୍ତି। ମନ୍ତ୍ରୀ ଲକ୍ଷ୍ମୀଙ୍କ ସହ ସମସ୍ତ ଯୁବ ଆଇନଜୀବୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.